-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
11-Sep-2023
ବଲାଙ୍ଗୀର(ଅନ୍ତର୍ଯ୍ୟାମୀ ସାହୁ ): ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୧୮୧ ଟି ମୁଖ୍ୟମନ୍ତ୍ରୀ ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ସେବାର ଲୋକାର୍ପଣ ହୋଇଯାଇଛି । ଭଡା ସୂତ୍ରରେ ନିୟୋଜିତ ଗାଡି ଗୁଡିକ ସ୍ଥାନରେ ଏହି ବିଶେଷ ସୁବିଧା ଥିବା ନୂଆଁ ସରକାରୀ ଗାଡି ଗୁଡିକ ଗ୍ରାମାଞ୍ଚଳରେ ପ୍ରାଣୀ ଚିକିତ୍ସାସେବା ଯୋଗାଇ ଦେବ । ଏହି ଯୋଜନା ମାଧ୍ୟମରେ ବଲାଙ୍ଗୀର ଜିଲ୍ଲାର ୬ଟି ବ୍ଲକ ଯଥା ବଲାଙ୍ଗୀର, ଟିଟିଲାଗଡ଼, ତୁରେକେଲା, ଲୋଇସିଂହା, ସଇଁନ୍ତଳା ଓ ପାଟଣାଗଡ଼ ବ୍ଲକକୁ ୬ଟି ନୂଆଁ ଗାଡି ଯୋଗଇ ଦିଆଯାଇଛି । ପୂଜାର୍ଚ୍ଚନା ପରେ ଉକ୍ତ ୬ଟି ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଯାନ ସଂପୃକ୍ତ ବ୍ଲକକୁ ଜିଲ୍ଲା ମୁଖ୍ୟାଉଳୟରୁ ଆଜି ପ୍ରେରଣ କରାଯାଇଥିଲା । ଏହି ଅବସରରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ ଡା. ସୁକୁରାମ ମୁଣ୍ଡା ଏହି ସବୁ ବ୍ଲକର ଚାଷୀ ଭାଇଭଉଣୀ ମାନଙ୍କୁ ଶୁଭେଚ୍ଛା ଜଣାଇ ଉକ୍ତ ସେବାର ଲାଭ ଉଠାଇବା ପାଇଁ ଅନୁରୋଧ କରିଛନ୍ତି ।