-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
11-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିର ଠାରେ ଓଡ଼ିଆ ଅସ୍ମିତର ଅନନ୍ୟ ଶ୍ରାବଣ,କବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି, କବିଙ୍କ ବିଶ୍ଵ ଦୃଷ୍ଟି, ଅମୃତ ଜୀବନ ଦର୍ଶନ, ଭାଷାର ସଙ୍କଟ କାଳରେ ମଙ୍ଗ ଧରିବା, ଚାଷ ଓ ଚାଷୀର କଥା, ଭାରତୀୟ ପୁରାଣ ଓ ଦର୍ଶନର ଚିରନ୍ତନ ମୂଲ୍ୟବୋଧ କିଭଳି ତାଙ୍କ ବିଭିନ୍ନ ସାରସ୍ଵତ କୃତି ଗୁଡ଼ିକରେ ସୁସ୍ପଷ୍ଟ ତାହାର ସାରଗର୍ଭକ ଆଲୋଚନା କରିଥିଲେ କଟାପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ଡ଼. ଭଗବତୀ କର ମହୋଦୟ |ବିଶ୍ଵ ଦେଖ ମଧୁ ମୟରେ ଜୀବନ କବିତାରେ ବିନ୍ଦୁରେ ଜୀବନର ସିନ୍ଧୁ ଦର୍ଶନ ଯେ ମେହେର ରୀୟ ସାହିତ୍ୟର ଅନ୍ୟତମ ଆକର୍ଷଣ ତାହାର ବିଭିନ୍ନ ପଂକ୍ତି ଉଦ୍ଧୃତି କରି ମୁଖ୍ୟ ଅତିଥି ଡ. ଅଶୋକ କୁମାର ମହାପାତ୍ର ପିଲାଙ୍କୁ ବୁଝାଇଥିଲେ | ପ୍ରାରମ୍ଭିକ ତଥା କିଶୋର ଜୀବନରେ ଛାତ୍ର ଛାତ୍ରୀଙ୍କୁ କିଭଳି ଅମୃତମୟ କବିଙ୍କ କୋମଳ କବିତା ସମସ୍ତଙ୍କୁ ପ୍ରଭାବିତ କରିଥାଏ ତାହାର ଉଦାହରଣ ଦେଇଥିଲେ ସଭାର ସଭାପତି ଅଧ୍ୟକ୍ଷ ମହୋଦୟ
ଘନଶ୍ୟାମ ବେହେରା | ଡ. କୌତୁକ ପନ୍ଦର ସଭା ପରିଚାଳନା କରିଥିବା ବେଳେ ଅଧ୍ୟାପକ ହୃଷୀକେଶ ଦାସ ଧନ୍ୟବାଦ ଅର୍ପଣ କରିଥିଲେ |ଏ ସଭାରେ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିବାବେ ଛାତ୍ରୀ ଦିଶା ସାହୁ ନିଜ ଦୃଷ୍ଟିରେ ଗଙ୍ଗାଧରଙ୍କୁ ଆଲୋଚନା କରିଥିଲେ | ସହକାରୀ ପ୍ରଫେସର ଡ.ଅମୃତ ସିଂ ବରିହା,ଡ଼.ଅଶୋକ କୁମାର ମହାରଣା, ବିଶ୍ଵ ଭୂଷଣ ବିଶ୍ଵାଳ, ନୀଳକଣ୍ଠ ନାଗ, ଅମୃତା ମହାପାତ୍ର, ରାମଶଙ୍କର ମେହେର, ଅମିତୋଷ ମିଶ୍ର , ଛାତ୍ର ରାକେଶ ସାଏ ଓ ଅନ୍ୟମାନେ ସାହାଯ୍ୟ ସହଯୋଗ କରିଥିଲେ |