-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
11-Sep-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଓଡିଶା ରାଜ୍ୟ ଯୋଗାଣ ସହାୟକ ସଂଘ(OSJSA) ଙ୍କ ପତ୍ର ସଂଖ୍ୟା 63/2023, ତା 09/09/2023 ଅନୁସାରେ ଯୋଗାଣ ସହାୟକ ସଂଘ ଲୋଇସିଂହା ମାନଙ୍କ ସାମୁହିକ ଆନ୍ଦୋଳନ ରୁ ନିବୃତ ହୋଇ ପୁଣି ନିଜ ନିଜ କାର୍ଯ୍ୟାଳୟରେ ଯୋଗ ଦେବାପାଇଁ ଲୋଇସିଂହା ବିଡ଼ିଓ ଶ୍ରୀ ଆକାଶରଞ୍ଜନ ସାହୁ ଙ୍କୁ ଆଜି ତା 11 ସୋମବାର ଦିନ ପତ୍ର ମାଧ୍ୟମରେ ଅବଗତ କରିଥିଲେ l ବିଗତ ତାରିଖ 28/08/2023 ରୁ 09/09/2023 ପର୍ଯ୍ୟନ୍ତ ଲୋୟର ପିଏମଜୀ ଭୁବନେଶ୍ୱର ଠାରେ 6 ଦଫା ଦାବିନେଇ ଯୋଗାଣ ସହାୟକ ମାନଙ୍କ ଏକ ବିଶାଳ ଗଣ ଧାରଣା ଅନୁଷ୍ଠିତ ହୋଇଥିଲା l
ଓଡିଶା ସରକାର ଙ୍କ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ଶବ୍ୟସାଚୀ ନାୟକ ଓ ଅତିରିକ୍ତ ଖାଦ୍ୟ ଯୋଗାଣ କମିସନର, ଯୋଗାଣ ସହାୟକ ମାନଙ୍କ 6 ଦଫା ଦାବି ଏକ ମାସ ମଧ୍ୟରେ ପୂରଣ ର ପ୍ରତିଶୃତି ଏବଂ ଆସୁଥିବା ପଶ୍ଚିମ ଓଡିଶା ର ଗଣ ପର୍ବ ନୁଆଁଖାଇ ପାଇଁ ଜନସାଧାରଣଙ୍କର ସ୍ୱାର୍ଥ କୁ ଆଖି ଆଗରେ ରଖି ଯୋଗାଣ ସହାୟକ ସଂଘ ପକ୍ଷରୁ ଗଣଧାରଣା ରୁ ନିବୃତ ହୋଇ ପୁଣି କାର୍ଯ୍ୟରେ ଯୋଗଦାନ କଲେ l ଯଦି ଏକ ମାସ ମଧ୍ୟରେ 6 ଦଫା ଦାବି ପୂରଣ ନ ହୁଏ, ତେବେ ବାଧ୍ୟ୍ୟ ହୋଇ ଓଡିଶା ଯୋଗାଣ ସହାୟକ ସଂଘ ପୁଣି ଆନ୍ଦୋଳନ କୁ ଓଲ୍ହାଇବ ବୋଲି ଚେତାବନୀ ଦେଇଛନ୍ତି l