-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
11-Sep-2023
ବଲାଙ୍ଗୀର- ପବିତ୍ର ନୂଆଁଖାଇ ଅବସରରେ ଆଗାମୀ ୧୯ ଓ ୨୦ ତାରିଖ ଦିନ ବଲାଙ୍ଗିର ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ ମନ୍ଦିରକୁ ଆଲୋକମାଳା ଓ ପୁଷ୍ପରେ ସଜ୍ଜିତ କରିବା ପାଇଁ ବଲାଙ୍ଗିର ଦେବାଳୟ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଙ୍କୁ ପ୍ରଦାନ କରାଯାଇଛି । ସ୍ୱତନ୍ତ୍ର ଭୋଗ ନୀତି ପାଇଁ ମଧ୍ୟ ଦାବୀ କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନୂଆଁଖାଇରେ ଇଷ୍ଟଦେବୀ ଙ୍କ ପାଖରେ ନବାନ୍ନ ଲାଗି ହେଲା ପରେ ସମସ୍ତେ ନୂଆଁ ଖାଇଥାନ୍ତି କିନ୍ତୁ
ମନ୍ଦିର ଗୁଡିକୁ ବିଶେଷ ଧ୍ୟାନ ଦିଆଯାଉ ନାହିଁ । ମନ୍ଦିରରେ ଏହି ଦିନ ଭକ୍ତଙ୍କ ପ୍ରବଳ ଭିଡ ହୋଇଥାଏ । ଦାବିପତ୍ର ଦେବା ସମୟରେ ମାଁ ପାଟଣେଶ୍ୱରୀ ଦେବୀଙ୍କ ମୁକୁଟ ଭାଙ୍ଗି ଯାଇଥିବା ବିଷୟରେ ମଧ୍ୟ ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ଦେବୀଙ୍କ ମନ୍ଦିରରେ ବୈରଭ ଛତର ପ୍ରତିବର୍ଷ ନୂତନ ଭାବେ ସ୍ଥାପନ ହେବା କଥା ବୋଲି ଦାବି ଉପସ୍ଥାପନ କରିଥିଲେ । ଦେବାଳୟ ସୁରକ୍ଷା କମିଟିର ଆବାହକ ପ୍ରଶାନ୍ତ ମହାକୁର, ସମଲେଇ ମନ୍ଦିର ଆଳତି କମିଟିର ସଭାପତି ବିକାଶ ସାଏ, ସୂଚନାକର୍ମୀ ଶମ୍ଭୁ ପ୍ରସାଦ ଶତପଥି, ହଳଦିଆ ତେଲି ସମାଜର ସଭାପତି ଅଶୋକ କୁମାର ସାହୁ ଦାବି ଉପସ୍ଥାପନ କରିଥିଲେ ।