-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ବଲାଙ୍ଗୀର : ଅନ୍ଧବିଶ୍ୱାସରୁ ଦୁରେଇ ବୈଜ୍ଞାନିକ ପଦ୍ଧତି ଅନୁସାରେ ପ୍ରାଥମିକ ଚିକିତ୍ସା ବିଷୟରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଡେଙ୍ଗ ହାଇସ୍କୁଲର ଜୁନିୟର ରେଡ଼କ୍ରସ ୟୁନିଟ ତରଫରୁ
ବିଶ୍ଵ ପ୍ରାଥମିକ ଚିକିତ୍ସା ଦିବସ ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଅନ୍ତର୍ଗତ ବୁର୍ଡା ଗ୍ରାମବାସୀ ଙ୍କୁ ନେଇ ପ୍ରାଥମିକ ଚିକିତ୍ସା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗ୍ରାମାଞ୍ଚଳର ଲୋକମାନଙ୍କ ବୁର୍ତ୍ତିକୁ ଲକ୍ଷ୍ୟ କରି
ସନ୍ଧ୍ୟା ସମୟରେ ଅନୁଷ୍ଠିତ ହୋଇଯାଇଛି । ଡେଙ୍ଗ ହାଇସ୍କୁଲର ପ୍ରଧାନ ଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ସରପଞ୍ଚ ଇତିଶ୍ରୀ ସାହୁ ଯୋଗଦେଇଥିଲେ । ପ୍ରାଥମିକ ଚିକିତ୍ସା ଫାଷ୍ଟ ଏଡ଼ର ରାମ ନାରାୟଣ ଦାଶ ଯୋଗଦେଇ ପ୍ରାଥମିକ ଚିକିତ୍ସା ବିଷୟରେ ତାଲିମ ପ୍ରଦାନ କରିଥିଲେ । ପ୍ରାଥମିକ ଚିକିତ୍ସାର ଉଦ୍ଦେଶ୍ୟ ଓ ଆବଶ୍ୟକତା ବିଷୟରେ ବୁଝାଇବା ସହ ଡେମୋନଷ୍ଟ୍ରେସନ ମାଧ୍ୟମରେ ରିକଭରି ପୋଜିସନ, ସକ୍ ,ମୁର୍ଚ୍ଛା, ଅସ୍ଥିଭଗ୍ନ, ରକ୍ତସ୍ରାବ, ଏପିଲେପସି, ବ୍ୟାଣ୍ଡେଜିଙ୍ଗ , ଆହତ ବ୍ୟକ୍ତିକୁ ସ୍ଥାନାନ୍ତରିତ କୌଶଳ, ଅଗ୍ନିରୁ ସୁରକ୍ଷା ପାଇବା ଉପାୟ ତଥା ଗୁଡସମରିତାନର ଭୂମିକା ଭଳି ବିଭିନ୍ନ କୌଶଳ ତାଲିମ ଦେଇଥିଲେ । ଅନ୍ଧବିଶ୍ୱାସରୁ ଦୁରେଇ ବୈଜ୍ଞାନିକ ପଦ୍ଧତି ଅନୁସାରେ ଆହତ ବ୍ୟକ୍ତି କ’ଣ କରିବା ଉଚିତ, କଣ ନକରିବା ତାହା ବୁଝାଇଥିଲେ । ଏହି ଅବସରରେ ଛତ୍ରଛାତ୍ରୀମାନଙ୍କୁ ୧୧୨ ଫୋନ ନମ୍ବର ବିଷୟରେ ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ଡେଙ୍ଗ ବିଦ୍ୟାଳୟର ଖେଳ ଶିକ୍ଷକ ହିମାଂଶୁ ଶେଖର ବିଶ୍ୱାଳ ପରିଚାଳନା କରିଥିଲା ବେଳେ ଉପସ୍ଥିତ ଥିବା ଗ୍ରାମର ବରିଷ୍ଠ ବ୍ୟକ୍ତି କ୍ଷୀରସିନ୍ଧୁ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।