-+91-9937148622 |
prerana_bgr@rediffmail.com |
Friday 9th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ବରଗଡ:-( ନିରଞ୍ଜନ ତ୍ରିପାଠୀ)
ବରଗଡ ଜିଲ୍ଲା ବିଜେପୁର ଶିକ୍ଷକ ଭବନ ଠାରେ ପ୍ରାଥମିକ ଶିକ୍ଷକ ସଂଘର ଏକ ସଂଗ୍ରାମୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି।ପୃଥିରାଜ ବାରିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଶତାଧିକ ଶିକ୍ଷକ ଯୋଗଦାନ କରିଥିଲେ।ରାଜ୍ୟ କନିଷ୍ଠ ଶିକ୍ଷକ ସଂଘର ସମ୍ପାଦକ ସୈାମ୍ୟରଞ୍ଜନ ପଧାନ,ବିଜେପୁର ବ୍ଲକ ଏକ୍ସ କ୍ୟାଡର ର ସଭାପତି ସୁନନ୍ଦ ମିଶ୍ର ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ଶିକ୍ଷକମାନଙ୍କ ପ୍ରତି ବୈମାତୃକ ମନୋଭାବକୁ ତିବ୍ର ସମାଲୋଚନା କରିଥିଲେ।ହାଇସ୍କୁଲରେ ଚୁକ୍ତି ଭିତ୍ତିକ ନିଯୁକ୍ତିକୁ ରଦ୍ଦ କରିଥିବା ବେଳେ,ପ୍ରାଥମିକ ଶିକ୍ଷକ ନିଯୁକ୍ତିରେ ଠିକା ନିଯୁକ୍ତିକୁ ରଦ୍ଦ କରିନଥିବାରୁ ଏହାକୁ ଗୁରୁତ୍ୱ ଦେଇ ତୁରନ୍ତ ରଦ୍ଦ କରାଯାଉ।ଶିକ୍ଷକ ମାନଙ୍କ ନ୍ୟାର୍ଯ୍ୟ ଦାବି ୨୮୦୦ ଗ୍ରେଡପେ ଦିଆଯାଉ।ପୁରୁଣା ପେନସନ ଲାଗୁ କରାଯାଉ।ଦିର୍ଘ ମାସ ହେଲା ଶିକ୍ଷକ ସଂଘ ଦାବୀ କରି ଆସୁଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁନାହାନ୍ତି।ତେଣୁ ଆଗାମୀ ସୋମବାର ଦିନ ଠାରୁ ସମସ୍ତ ଶିକ୍ଷକ ଗଣ ସମୁହ ଛୁଟିରେ ଯିବାପାଇଁ ନିଷ୍ପତି ଗ୍ରହଣ କରିଛନ୍ତି।ଆଗାମୀ ଦିନରେ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଯେଉଁ ବ୍ୟାଘାତ ପରିଲକ୍ଷିତ ହେବ ସେ ଦିଗରେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ବୈଠକରେ ଶିକ୍ଷକ ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ବୈଠକ ଶେଷରେ ରାଜେଶ୍ୱର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।