-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ବଲାଙ୍ଗୀର, (ପ୍ରେରଣା ଖବର) ଆଜି ଆପ୍ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ରାଷ୍ଟ୍ରୀୟ ପରିଷଦ ସଦସ୍ୟ ଶ୍ରୀ ଆଶିଷ ପାଣ୍ଡେ ଏବଂ ଦେଓଗାଁ ବ୍ଲକ ସଭାପତି ରମାକାନ୍ତ ବେହେରା, ଚଞ୍ଚଳ ସାହୁ, ଅବନୀ ସାହୁ, ଭିକି ଛତ୍ରିଆ ଆଦି ଙ୍କ ଉପସ୍ଥିତ ରେ ବଲାଙ୍ଗିର ଦେଓଗାଁ ବ୍ଲକ ଉଡ଼ାର GP ର ଉଡ଼ାର, ସିରାବାହାଲ, ଝାରମୁଣ୍ଡା ଆଦି ଗାଁ ରେ ସଦସ୍ୟତା ସଂଗ୍ରହ ଅଭିଯାନ ଚାଲିଥିଲା ଅନେକ ଲୋକ ଆମ୍ ଆଦମୀ ପାର୍ଟି କୁ ପସନ୍ଦ କରିବା ସହ ପାର୍ଟୀର ସଦସ୍ୟତା ନେଉଥିବା ର ଶ୍ରୀ ଆଶିଷ ପାଣ୍ଡେ ପ୍ରକାଶ କରିଛନ୍ତି l ସେ କହିଛନ୍ତି ବିଜେଡି ର 25 ବର୍ଷର ଶାସନରେ ଲୋକ ବିରକ୍ତ ହୋଇଗଲେଣି ଏଣୁ ଦିଲ୍ଲୀ ପଞ୍ଜାବ ରେ ଚାଲିଥିବା ଆମ୍ ଆଦମୀ ପାର୍ଟି ର ୮ ବର୍ଷର ବିଜୁଳି, ପାଣି, ଶିକ୍ଷା, ସ୍ବାସ୍ଥ୍ୟ ରୋଜଗାର ଭଳୀ ଶୁ ସାସନ କୁ ଲୋକ ପସନ୍ଦ କରୁଛନ୍ତି ଏବଂ ଆମ୍ ଆଦମୀ ପାର୍ଟି ରେ ଯୋଡି ହୋଇ ଆପ୍ ପରିବାର କୁ ଜନତା ବାରମ୍ବାର ବଢ଼ାଇ ଚାଲିଛନ୍ତି ବୋଲି ଆପ ନେତା ଶ୍ରୀ ପାଣ୍ଡେ କହିଛନ୍ତି l ବିଜେପି ବିଜେଡି ର କୁ ଶାସନ କୁ ଝାଡୁ ଦ୍ଵାରା ସଫା କରିଦେବା ପାଇଁ ଆମ୍ ଆଦମୀ ପାର୍ଟି ସହ ଏଥର ଜନତା ଛିଡ଼ା ହୋଇଛନ୍ତି ବୋଲି ଶ୍ରୀ ପାଣ୍ଡେ ପ୍ରକାଶ କରିଛନ୍ତି l