-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ସମ୍ବଲପୁର ରୁ (ସଂଜୀବକୁମାରପାଣିଗ୍ରାହୀ)
ସମ୍ବଲପୁର.ତା.୦୯.୦୯.ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ହିସାବରେ ସ୍ଥାନ ପାଇଛନ୍ତି ସମ୍ବଲପୁରର ଶ୍ରୀମତୀ ସବିତା ନନ୍ଦ ।ଦୀର୍ଘ ଦିନ ଧରି ବିଜେପିର ଜଣେ ନାରୀ ନେତ୍ରୀ ଭାବରେ ଦଳର ବିଭିନ୍ନ ଦାୟିତ୍ୱରେ ରହିଆସିଥିବା ବେଳେ ତାଙ୍କର ଏହି ନୂତନ ଦାୟିତ୍ୱକୁ ନେଇ ବିଜେପି ମହଳରେ ବେଶ୍ ଉତଚସାହ ପ୍ରକାଶ ପାଇଛି। ସମ୍ବଲପୁର ଜିଲ୍ଲା କାହିଁକି ସମଗ୍ର ରାଜ୍ୟ ଓ ଦେଶରେ ଜଣେ ନାରୀ ନେତ୍ରୀ ହିସବରେ କେବଳ ତାଙ୍କର ବେଶ କ୍ଷାତି ରହିଛି। ତାଙ୍କର ଏହି ନୂତନ ଦାୟିତ୍ୱ କୁ ନେଇ ଦଳରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ତାଙ୍କ ନବ ନିଯୁକ୍ତି ଦ୍ୱାରା ଦଳ ଲାଭବାନ ହେବ ବୋଲି ଆଶା କରାଯାଉଛି। ସବିତାଙ୍କ ଏହି ନୂତନ ଦାୟିତ୍ୱକୁ ନେଇ ସମ୍ବଲପୁର ଓ ବିଭିନ୍ନ ନିର୍ବାଚନ ମଣ୍ଡଳୀ ପକ୍ଷରୁ ବହୁ ଦଳିୟ ନେତା ଓ ଶୁଭାକାଂକ୍ଷୀ ପକ୍ଷରୁ ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସୁଅ ଛୁଟୁଛି। ସେ ମଧ୍ୟ ତାଙ୍କ ଏହି ନବ ନିଯୁକ୍ତି ପାଇବା ପରେ ବିକେପି ନେତୃବୃନ୍ଦଙ୍କୁ ନିଜର କୃତଜ୍ଞତା ଜଣାଇ ତ୍ୟାଗର ସହିତ ଦଳ ପାଇଁ କାମ କରିବେ ବୋଲି କହିଛନ୍ତି।