-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ସମ୍ବଲପୁର ରୁ (ସଂଜୀବକୁମାରପାଣିଗ୍ରାହୀ)
ସମ୍ବଲପୁର(ପଡିଆବାହାଲ):.ଭାରତୀୟ ଜନତା ପାର୍ଟି ଓଡିଶା ପ୍ରଦେଶ ପଛୁଆ ବର୍ଗ (ଓବିସି) ମୋର୍ଚ୍ଚା ସମ୍ପାଦକ ଭାବେ ଶ୍ରୀମତୀ ସସ୍ମିତାରାଣୀ ଦେହୁରୀ ମନୋନୀତ ହୋଇଛନ୍ତି। ସେ ବର୍ତ୍ତମାନ ସମ୍ବଲପୁର ସାଂସଦ ନିତିଶ ଗଙ୍ଗଦେବଙ୍କ ଯୁଯୋମୁରା ବ୍ଲକ୍ ପ୍ରତିନିଧି ରହିଛନ୍ତି। ଅଞ୍ଚଳରେ ଜଣେ ନାରୀ ନେତ୍ରୀ ହିସବରେ କେବଳ ତାଙ୍କର କ୍ଷାତି ରହିନି। ବରଂ ତୃଣ ମୂଳ ସ୍ତରରୁ ସରପଞ୍ଚ୍ ,ସମିତି ସଭ୍ୟା ଓ ଜିଲ୍ଲା ପରିଷଦ ସଦସ୍ୟା ଭାବେ ମଧ୍ୟ ରହିଥିଲେ।କଂଗ୍ରେସ ଦଳ ତ୍ୟାଗ କରି ସେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ମହାପାତ୍ରଙ୍କ ନେତୃତ୍ୱରେ ଗତ ବର୍ଷ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ। ତାଙ୍କର ଏହି ନୂତନ ଦାୟିତ୍ୱ କୁ ନେଇ ଦଳରେ ଉତ୍ସାହ ପରିଲକ୍ଷିତ ହୋଇଥିବା ବେଳେ ତାଙ୍କ ନବ ନଜୁକ୍ତି ଦ୍ୱାରା ଦଳ ଲାଭବାନ ହେବ ବୋଲି ଆଶା କରାଯାଉଛି। ସସ୍ମିତାଙ୍କ ଏହି ନୂତନ ଦାୟିତ୍ୱକୁ ନେଇ ରେଢ଼ାଖୋଲ ଭାରତୀୟ ଜନତା ପାର୍ଟି ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ସୁଅ ଛୁଟୁଛି।