-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
09-Sep-2023
ସ ମ୍ବଲପୁର ରୁ (ସଂଜୀବକୁମାରପାଣିଗ୍ରାହୀ)
ସମ୍ବଲପୁର(ପଡିଆବାହାଲ): .ଆକସ୍ମିକ ଦୂର୍ଘଟଣାରେ ପ୍ରଭାବିତ ବ୍ୟକ୍ତିର ପ୍ରାଥମିକ ଚିକିତ୍ସା ହିଁ ଜୀବନ ରକ୍ଷା କରିବାର ପ୍ରଥମ ଉପଚାର।ଆଜି ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଅବସରରେ ସ୍ଥାନୀୟ ଦୟାନନ୍ଦ ପବ୍ଲିକ ସ୍କୁଲ ଠାରେ ଆୟୋଜିତ ତାଲିମ ଶିବିରରେ ଏଭଳି ମତ ପ୍ରକାଶ ପାଇଛି।ତାଲିମ ଶିବିରରେ ସମ୍ବଲପୁର ଜିଲ୍ଲା ରେଡକ୍ରସର ଜିଲ୍ଲା ତାଲିମଦାତା ଡାକ୍ତର ରାଜାରାମ ଷଡଙ୍ଗୀ ଯୋଗଦେଇ ରାସ୍ତା ଦୂର୍ଘଟଣା,ବିଦ୍ୟୁତ ଆଘାତ,ପାଣିରେ ବୁଡିଯିବା,ଅପସ୍ମାର,ହୃଦଘାତ,ଅଂଶୁଘାତ,ସାପ କାମୁଡା,ନିଆଁ ପୋଡିଯିବା ପ୍ରଭୃତି ଘଟଣା ଦୂର୍ଘଟଣାକୁ ନେଇ ବାସ୍ତବିକ ଭାବେ କଣ କରାଯିବ ତାହାର ବ୍ୟବହାରିକ ଜ୍ଞାନ କୌଶଳ ଦେଖାଇ ବୁଝାଇଥିଲେ । ପ୍ରାରମ୍ଭରେ ଅନୁଷ୍ଠାନର ଅଧ୍ୟକ୍ଷ ଈଶ୍ୱର ପାଣିଗ୍ରାହୀ ଦିବସର ଲକ୍ଷ୍ୟ ଉଦ୍ଦେଶ୍ଯ ସଂପର୍କରେ ଆଲୋକପାତ କରିଥିଲେ।ଆୟୋଜିତ ତାଲିମରେ ଦୟନନ୍ଦ ପବ୍ଲିକ ସ୍କୁଲର ୩ଟି ଶାଖାର ଶିକ୍ଷକ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିବା ବେଳେ ସଞ୍ଜୁ,ପ୍ରଜ୍ଞାନ,ସଞ୍ଜୟ,ସଚିନ,ସୁଧାକର ଏଥିରେ ସହଯୋଗ କରିଥିଲେ।ଶେଷରେ ସଞ୍ଜିବ ତ୍ରିପାଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ।