-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ବଲାଙ୍ଗୀର ଜିଲ୍ଲା ପୁଇଁନ୍ତଳା ବ୍ଲକ ଅଧ୍ୟକ୍ଷ ସରୋଜ ପ୍ରଧାନ ପୁଇଁନ୍ତଳା ବ୍ଲକ ଅନ୍ତର୍ଗତ ବିଭିନ୍ନ ପଂଚାୟତ ପରିଦର୍ଶନ କରି ଲୋକଙ୍କ ଅଭାବ ଅସୁବିଧା ବୁଝିଛନ୍ତି । ମୋ ଓଡ଼ିଶା ନବୀନ ଓଡ଼ିଶା ଯୋଜନା ତଥା ମୁଖ୍ୟମନ୍ତ୍ରୀ ହେଲ୍ପ ଫଣ୍ଡ୍ ଅଧୀନରେ ଦିଆଯାଉଥିବା ଅନୁଦାନ କିପରି ଗ୍ରାମାଂଚଳର ବିକାଶ ପାଇଁ ଖର୍ଚ୍ଚ ହୋଇ ପାରିବ ସେ ନେଇ ସେ ସବୁବେଳେ କାମ କରି ଆସିଛନ୍ତି ବୋଲି କହିଥିଲେ । ରାଜ୍ୟସରକାରଙ୍କୁ ବିକାଶମୁଖୀ ଯୋଜନାର ସୁଫଳ ଯେମିତି ଗ୍ରାମାଂଚଳର ଲୋକେ ପାଇପାରିବେ ସେ ନେଇ ସମସ୍ତଙ୍କୁ ବୁଝାଇ ଥିଲେ । ପୁଇଁନ୍ତଲା ବ୍ଲକର ପିପଲବାହାଲି, ରଣ୍ଡା, ମେହେରମୁଣ୍ଡା,ଜଡଜଡ, ବହଲପଦର, ଠେଲକୋମୁଣ୍ଡା ସୁର୍ଡା, ବଡବୁର୍କାବାହାଲ, ମହାଦେବପାଲି, ମିଛପାଲି, ଭଦ୍ରାପାଲି, ଫଟକରା, କୁଣ୍ଡାପାଲି, ସୁନ୍ଦରି ଭନା ଆଦି ଗାଁ କୁ ଯାଇ ବିଭିନ୍ନ ଉନ୍ନତିମୂଳକ କାମରଶୁଭ ଦେବା ସହ କାମ କିପରି ଶୀଘ୍ର ହୋଇପାରିବ ସେ ନେଇ ଗ୍ରାମବାସୀଙ୍କୁ ନିବେଦନ କରିଥିଲେ । ବ୍ଲକ ଅଧ୍ୟକ୍ଷ ଙ୍କ ସହ ବିଜେଡି ରାଜ୍ୟ ପରିଷଦ ସଦସ୍ୟ ନିହାର ରଂଜନ ବେହେରାଙ୍କ ସମେତ ବହୁ ବିଜେଡି କର୍ମୀ ଓ କର୍ମକର୍ତ୍ତା ଏହି ଅଭିଯାନରେ ସାମିଲ ହୋଇଥିଲେ ।