-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||     

HOME   ରାଜ୍ୟ

ସିଂହାବଗାକୁ ଆସିଲେ ବିଦେଶୀ ପକ୍ଷୀ, ଦୁଇ ବିରଳ ପ୍ରଜାତୀର ପକ୍ଷୀ ଦୃଶ୍ୟମାନ

14-Dec-2020



 

(ପ୍ରେରଣା ଖବର) ଝାରସୁଗୁଡା : ଝାରସୁଗୁଡ଼ା ଠାରୁ ମାତ୍ର ଅଳ୍ପଦୂରରେ ଅବସ୍ଥିତ ସିଂହାବଗା ଗତ ୪/୫ ବର୍ଷ ହେଲାଣି ପରିବେଶବିତ୍‌ ଓ ପକ୍ଷୀପ୍ରେମୀ ମ‌ାନଙ୍କ ଦୃଷ୍ଟି ଆକର୍ଷଣ କରିଛି। ପ୍ରତିବର୍ଷ ଡିସେମ୍ବର ମାସରେ ଏହି ସ୍ଥାନକୁ ହଜାର ହଜାର ସଂଖ୍ୟାରେ ବିଭିନ୍ନ ପ୍ରଜାତୀର ବିଦେଶୀ ପକ୍ଷୀ ଆସିଥାନ୍ତି। ପକ୍ଷୀମାନଙ୍କ ଏଭଳି ଆଗମନ ପରିବେଶବିତ୍‌ ମାନଙ୍କ ସମେତ ସାଧାରଣ ଲୋକଙ୍କୁ ଅନେକ ଖୁସି ଦେଉଥିବା ବେଳେ ଏହି ସ୍ଥାନର ଗୁରୁତ୍ବ ବହୁଗୁଣରେ ବୃଦ୍ଧି ପାଇଥାଏ। ‌ବିଦେଶୀ ପକ୍ଷୀ ମାନଙ୍କ ଉପରେ ଗବେଷଣା କରୁଥିବା ବହୁ ବିଶେଷଜ୍ଞ ଏହି ସ୍ଥାନକୁ ଯାଇ ପକ୍ଷୀ ମାନଙ୍କୁ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ନିରୀକ୍ଷଣ କରିଥାନ୍ତି। ସରକାରୀ ସ୍ତରରେ ଯଦିଓ ଏହି ପକ୍ଷୀ ମାନଙ୍କ ଗତିବିଧି ଉପରେ ତଥ୍ୟସଂଗ୍ରହ କରାଯାଇ ନାହିଁ ମାତ୍ର ବେସରକାରୀ ଭାବରେ ଅନେକ ପରିବେଶବିତ୍ ଏହି କାମ ବହୁ ଦିନରୁ ଏଠାରେ କରି ଆସୁଛନ୍ତି। ଶିଳ୍ପ କାରଖାନା ପ୍ରତିଷ୍ଠା ପରେ ଝାରସୁଗୁଡ଼ା ସହର ପ୍ରଦୂଷଣର ଶୀର୍ଷରେ ପହଞ୍ଚି ଯାଇଛି। ପରିସ୍ଥିତି ଏପରି ହେଲାଣି ଯେ ଏବେ ଟିକିଏ ମୁକ୍ତ ବାୟୁ ଓ ‌ସୁସ୍ଥ ପରିବେଶ ଟିଏ ପାଇବା ମୁସ୍କିଲ ହୋଇଛି। ବ୍ୟାପକ ତାପଜ ବିଦ୍ୟୁତ କାରଖାନା ପ୍ରତିଷ୍ଠା ପରିବେଶ ଉପରେ କୁପ୍ରଭାବ ପକାଇ ଚାଲିଛି। କୁଢ଼କୁଢ଼ ଉଡ଼ନ୍ତା ପାଉଁଶ ଏବେ ଜୀବନଧାରଣ ଉପରେ ପ୍ରତିକୂଳ ପ୍ରଭାବ ପକାଇବା ଆରମ୍ଭ କଲାଣି। ଦେଶର ଶହେ ଗୋଟି ପ୍ରଦୂଷଣ ସହର ମଧ୍ୟରେ ଝାରସୁଗୁଡ଼ା ସହରର ନାମ କେନ୍ଦ୍ର ପ୍ରଦୂଷଣ ବୋର୍ଡର ତାଲିକାରେ ଉଲ୍ଲେଖ ରହିଛି। ଶିଳ୍ପ ସହିତ କୋଇଲା ପରିବହନ ଏବଂ ବ୍ୟାପକ ମୋବାଇଲ ଟାୱାର ପରିବେଶକୁ ଧ୍ବଂସସ୍ତୁପ ଆଡ଼କୁ ଠେଲି ଦେଉଥିବା ବହୁ ପରିବେଶବିତ୍‌ ବିଭିନ୍ନ ସମୟରେ ସତର୍କ କରି ଆସିଛନ୍ତି। ଏହାର କୁପରିଣାମ ଯୋଗୁଁ ପରିବେଶ ସନ୍ତୁଳନ ହରାଇ ବ୍ୟାପକ କ୍ଷତିମଧ୍ୟ ଘଟିଛି। ଜୈବ ବିବିଧତା ନଷ୍ଟ ହେବା ସହିତ ସବୁଜ ଗ୍ରୀଷ୍ମରାଶି ସାଙ୍ଗକୁ ଜୀବଜନ୍ତୁ ଓ ପକ୍ଷୀ ଝାରସୁଗୁଡ଼ା ଜିଲ୍ଲାରୁ ଦିନକୁ ଦିନ କମି ଯାଇଥିବା ଲକ୍ଷ୍ୟ କରାଯାଇଛି। ତେବେ ଖୁସିର କଥା ଝାରସୁଗୁଡ଼ା ବ୍ଲକ ଜମେରା ପଞ୍ଚାୟତ ଅନ୍ତର୍ଗତ ସିଂହାବଗା ଗ୍ରାମରେ ଗତ କିଛି ବର୍ଷ ହେଲା ଶୀତ ଦିନରେ ବିଦେଶୀ ପକ୍ଷୀଙ୍କ ସମାଗମ ପରିବେଶବିତ୍‌ ମାନଙ୍କ ପାଇଁ ଏକ ଶୁଭ ଖବର ଆଣି ଦେଇଛି। ସିଂହାବଗା ଗ୍ରାମ ନିକଟରେ ଇବ୍‌ ନଦୀ ଓ ଭେଡ଼େନ୍‌ ନଦୀର ପଛୁଆଜଳ ଥିବା ଏକ ବିସ୍ତିର୍ଣ୍ଣ ଆର୍ଦ୍ରଭୂମି ଅଞ୍ଚଳକୁ ପ୍ରତିବର୍ଷ ନଭେମ୍ବର/ ଡିସେମ୍ବର ମାସରେ ହଜାର ହଜାର ସଂଖ୍ୟାରେ ବିଦେଶୀ ପକ୍ଷୀଙ୍କ ଆଗମନ ଆରମ୍ଭ ହୋଇଥାଏ। ଏମାନେ ଏଠାରେ ଭରପୁର ଖାଦ୍ୟ ଓ ଅନୁକୂଳ ପରିବେଶ ପାଉ ଥିବାରୁ ଗ୍ରୀଷ୍ମଋତୁ ପର୍ଯ୍ୟନ୍ତ କଟାଇ ଥାନ୍ତି। ଗ୍ରୀଷ୍ମପ୍ରବାହ ଆରମ୍ଭ ହେଲେ ଏହି ପକ୍ଷୀ ମାନେ ଏଠାରୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ତେବେ ଯେଉଁ ଜଳାଶୟ ମଧ୍ୟରେ ଏହି ବିଦେଶୀ ପକ୍ଷୀଙ୍କ ସମାଗମ ହେଉଛି ସରକାର ସେହି ସ୍ଥାନକୁ ଧ୍ବଂସମୁହଁକୁ ଠେଲି ଦେବାକୁ ଯୋଜନା କରି ସାରିଛନ୍ତି। ପକ୍ଷୀ ରହୁଥିବା ସ୍ଥାନରେ ଏବେ ଏନ୍‌ଏଲ୍‌ସି କମ୍ପାନୀ କୋଇଲା ପରିବହନ ପାଇଁ ଏକ ରେଳ ଲାଇନ୍‌ ବିଛାଇବାକୁ ଅନୁମତି ପ୍ରଦାନ କରାଯାଇଛି। ହୁଏତ ଆସନ୍ତା ବର୍ଷ ଏହି ଅଞ୍ଚଳକୁ ଆଉ ବିଦେଶୀ ପକ୍ଷୀ ଆସି ନପାରନ୍ତି। ଚଳିତ ବର୍ଷ ଭିନ୍ନ ଦୁଇଟି ପ୍ରଜାତୀର ପକ୍ଷୀ ଦୃଶ୍ୟମାନ ହେଉଥିବା ସଂପର୍କରେ ସୂଚନା ଦେଇଛନ୍ତି ପରିବେଶବିତ୍‌। ପୂର୍ବରୁ ଏଠାକୁ ଲିଜର୍‌ ହ୍ବିସଲିଂ ଡକ୍‌, କମନ୍‌ ପୋଚାର୍ଡ଼, ଟପ୍‌ଟେଡ଼୍‌ ଡ଼କ୍‌, ଗ୍ରେଟ୍‌ କ୍ରେଷ୍ଟେଡ଼୍‌ ଗ୍ରେବ୍‌, କମନ୍‌ କୋର୍ଟ,ଲିଟିଲ କର୍ମୋରାଣ୍ଟ, ବ୍ଲାକ୍‌ ହେଡେଡ୍‌ ଗଲ୍‌, ରେଡ଼୍‌ କ୍ରେଷ୍ଟେଡ଼୍‌ ପୋଚାର୍ଡ଼, ବ୍ରାଉନ୍‌ ହେଡେଡ୍‌ ଗଲ୍‌,ପର୍‌ପଲ୍‌ ସ୍ବୟମହେନ୍‌, ପର୍‌ପଲ୍‌ ମୋରହେନ୍‌, ବ୍ରଞ୍ଚ ଉଇଙ୍ଗ ଜାକାଜା, ପର୍‌ପଲ୍‌ ହେରୋନ୍‌, କୋମନ୍‌ ଷ୍ଟିଲଟ୍‌, ୱାଟର ହେନ୍‌ ପ୍ରଭୃତି ବିଭିନ୍ନ ପ୍ରଜାତୀର ପକ୍ଷୀ ନିୟମିତ ଆସିଥାନ୍ତି। ପ୍ରଦୂଷଣ‌ରେ ଉବୁଟୁବୁ ହେଉଥିବା ଏହି ସହର ନିକଟରେ ଏତେ ପରିମାଣରେ ଜଳପକ୍ଷୀ ଆସିବା ଏକ ଶୁଭ ସୂଚନା ହୋଇଥିଲେ ମଧ୍ୟ ଏହାକୁ ସଂରକ୍ଷଣ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଥିପ୍ରତି କୌଣସି ଆଗ୍ରହ ପ୍ରକାଶ ପାଉନଥିବା ପରିବେଶ୍‌ବିତ ମାନେ ଅଭିଯୋଗ କରିଥିଲେ। ଏ ସଂପର୍କରେ ଗତ ଦୁଇ ବର୍ଷ ହେଲା ସମ୍ବାଦ ତଥ୍ୟ ସମ୍ବିଳିତ ଖବର ପ୍ରକାଶ କରିବା ପରେ ତତ୍‌କାଳୀନ ଜିଲ୍ଲାପାଳ ବିଭୁତି ଭୂଷଣ ପଟ୍ଟନାୟକଙ୍କ ଉଦ୍ୟମରେ ଏଠାରେ ଇକୋ ଟୁରିଜମ୍‌ ବିକାଶ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଏଥିପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଯୋଜନା ପ୍ରସ୍ତୁତ ହୋଇ ସାରିଛି। ଜିଲ୍ଲା ଖଣିଜ ପାଣ୍ଠିରୁ ଏଥିପାଇଁ ଗତ ବର୍ଷ ୨ କୋଟି ୨୫ ଲକ୍ଷ ଟଙ୍କା ମଞ୍ଜୁର ହୋଇ ସାରିଛି। ତେବେ ଏହି ପ୍ରକଳ୍ପ ଆରମ୍ଭ ହେବା ପୂର୍ବରୁ ଏହି ଜଳାଶୟ ଉପର ଦେଇ ଏନ୍‌ଏଲ୍‌ସି କୋଇଲା ପରିବହନ ପାଇଁ ତାର ରେଳଧାରଣା ନିର୍ମାଣ କରିବାକୁ ଅନୁମତି ପାଇ ସାରିଛି। ଏନ୍‌ଏଲ୍‌ସିକୁ ଏହି ଜମି ଅଧିଗ୍ରହଣ କରାଯିବା ପ୍ରାୟ ଶେଷ ପର୍ଯ୍ୟାୟରେ ଥିବା ‌ବେଳେ ପ୍ରସ୍ତାବିତ ଇକୋ ଟୁରିଜମ ପ୍ରକଳ୍ପ ଖତଗଦାରେ ପଡ଼ିଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   20-Sep-2026
  ଜିଲ୍ଲା  
ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   20-Sep-2026
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026

You Might Also Like