-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
08-Sep-2023
ଗରଦପୁର ବ୍ଲକ ଅନ୍ତର୍ଗତ ବଡ଼ବେତରା ପଞ୍ଚାୟତ ର ଭାରିଗୋଳ ଗ୍ରାମର ଆଞ୍ଚଳିକ ମଞ୍ଚ (ଖ) ର ସିଆରପି ସୁଚିତ୍ରା ମଲିକଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପଞ୍ଚାୟତ ମହାସଂଘ ର ସଂପାଦିକା ଶ୍ରୀମତୀ ଛବିଲତା ବାରିକ ଯୋଗଦେଇଥିଲେ ବେଳେ ସଭା ପରିଚାଳନା କରିଥିଲେ ଆଞ୍ଚଳିକ ମଞ୍ଚ ସମ୍ପାଦିକା ବିଜୟଲକ୍ଷ୍ମୀ ମନ୍ତ୍ରୀ। ମୁଖ୍ୟ ଅତିଥି ଓ ସଂପାଦିକା ନବ ନିଯୁକ୍ତ ସିଆରପି ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ସମ୍ୱର୍ଦ୍ଧନା ଉତ୍ସବରେ ଆଞ୍ଚଳିକ ମଞ୍ଚ ସଂପାଦିକା ମଞ୍ଚରେ ଥିବା ଗୋଷ୍ଠୀ ର ସଭ୍ୟା ମାନଙ୍କୁ ଗୋଷ୍ଠୀ ର କିଭଳି ଉନ୍ନତି ମୂଳକ ପଦକ୍ଷେପ ନେବାକୁ ହେବ ସେ ସଂପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୁଷ୍ପାଞ୍ଜଳି ପାତ୍ର, ମମତା ପାତ୍ର, ଇତିସ୍ମିତା ମଲ୍ଲିକ, ମିନତୀ ମଲ୍ଲିକ, ଛବିଲତା ସେଠୀ, ଲୋଭାରାଣୀ ମହାନ୍ତି, ସୌଦାମିନୀ ବଳ, ସସ୍ମିତା ମନ୍ତ୍ରୀ, ନୟନା ତ୍ରିପାଠୀ, ପ୍ରମିଳା ମଲ୍ଲିକ ଓ ଅନ୍ୟ ସଭ୍ୟା ମାନେ ଉପସ୍ଥିତ ରହିଥିଲେ।