-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
30-Aug-2023
ବାଲାଙ୍ଗୀର (ପ୍ରେରଣା ଖବର)
ରକ୍ଷାବନ୍ଧନ ଭାରତୀୟ ଧାର୍ମିକ ସଂସ୍କୃତି ଅନୁଯାୟୀ, ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ରକ୍ଷାବନ୍ଧନପର୍ବ ପାଳନ କରାଯାଏ। ଏହି ପର୍ବ ଭାଇ ଓ ଭଉଣୀମାନଙ୍କୁ ସ୍ନେହ ବନ୍ଧନରେ ବାନ୍ଧି ରଖିଥାଏ | ଏହି ଦିନ ଭଉଣୀ ନିଜ ଭାଇର କପାଳରେ ଟିକା ଲଗାଇ ରାକ୍ଷୀ ବାନ୍ଧିଥାଏ | ଏହା ଏକ ହିନ୍ଦୁ ପର୍ବ, କିନ୍ତୁ ଭାରତରେ ସମସ୍ତ ଜାତି ଓ ଧର୍ମର ଲୋକମାନେ ଏହାକୁ ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ଦିନ ପାଳନ କରନ୍ତି। ଶ୍ରାବଣ (ସାୱାନ) ରେ ପାଳନ କରାଯାଉଥିବାରୁ ଏହାକୁ ଶ୍ରାବଣୀ (ସାୱନି) ବା ସାଲୋନୋ ମଧ୍ୟ କୁହାଯାଏ | ଆଜି ରକ୍ଷାବନ୍ଧନ ଦିନ ସହଯୋଗ ଫାଉଣ୍ଡେସନର ତଥା ମାରୱାଡି ମହିଲା ସମିତି ସଦସ୍ୟ ମାନେ ବଲାଙ୍ଗୀର ରେ ଅବସ୍ଥିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସର ଶିବିର କୁ ଯାଇ ଯବାନ ମାନଙ୍କୁ ତିଳକ ଲଗାଇ ରାକ୍ଷୀ ବାନ୍ଧିଥିଲେ। ଯବାନ ମାନେ ସେମାନଙ୍କ ଘରଠାରୁ ଦୂରରେ ରହିବାବେଳେ ଆମ ତଥା ଦେଶକୁ ସୁରକ୍ଷା ଦେବା ପାଇଁ ସର୍ବଦା ପ୍ରସ୍ତୁତ ଥିବା ଲୋକଙ୍କ ସହ ରକ୍ଷାବନ୍ଧନ ପର୍ବ ପାଳନ କରିବା ସମସ୍ତଙ୍କ ପାଇଁ ହୃଦୟ ବିଦାରକ ମୁହୂର୍ତ୍ତ ଥିଲା।
ଆଜିର କାର୍ଯ୍ୟକ୍ରମକୁ ସଫଳ କରିବାରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ, ମାରୱାରୀ ମହିଲା ସମିତି ଏବଂ ସହଯୋଗ ଫାଉଣ୍ଡେସନର ସମସ୍ତ ସଦସ୍ୟଙ୍କ ସହଯୋଗ ମିଳିଥିଲା