-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
30-Aug-2023
ବରଗଡ: ବରଗଡ ଜିଲ୍ଲା ଭେଡେନ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ବ୍ଲକ ସଭାପତି ତଥା ପିସିସି ସଭ୍ୟ ରମେଶ ଚନ୍ଦ୍ର ପଣ୍ଡା ନେତୃତ୍ବରେ ଏକ ପ୍ରତିନିଧି ଦଳ ସୁନାଲରଂଭା ପଂଚାୟତ ର ବାଘପାଲି ଗ୍ରାମ ର ସହିଦ ନିଳାଚଳ ପଟେଲ ଙ୍କ ବାସଭବନ ଠାରେ ତାଙ୍କର ପରିବାର ମାଁ ଓ ବଡଭାଇ ନୀଳାମ୍ବର ପଟେଲ ଙ୍କୁ ସମବେଦନା ଜଣାଇଥିଲେ ଓ ସହିଦ ନୀଳାଚଳ ଏକ ପ୍ରତିମୂର୍ତ୍ତି ବାଘପାଲି ଛକ ଠାରେ ସ୍ଥାପନ ନିମନ୍ତେ ବିଶଦ ଭାବରେ ଆଲୋଚନା ହୋଇଥିଲା। ଏହି ପ୍ରସ୍ତାବ ଉପସ୍ଥିତ ଥିବା ପଡୋଶୀ ଓ ଉପସ୍ଥିତ ଭଦ୍ର ବ୍ଯକ୍ତି ସମୁହ ପୂର୍ଣ୍ଣ ସମର୍ଥନ ଜଣାଇଥିଲେ। ଏହି ସମୟରେ କଂଗ୍ରେସ ପ୍ରତିନିଧି ଦଳରେ ମାଧବାନନ୍ଦ ସାହୁ, ନେହେରୁ ମହାକୁର, ହେମରତ୍ନ ମହାକୁର ଓ ଆକାଶ ଭୋଇ ଓ ଅନ୍ୟାନ୍ୟ ବହୁ ବିଶିଷ୍ଟ ଭଦ୍ରବ୍ୟକ୍ତି ମାନେ ଯୋଗ ଦେଇଥିଲେ।