-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||     

HOME   ଜିଲ୍ଲା

ବେଆଇନ ପରିବହନ ବେଳେ ମାଲକାନଗିରି‌ରୁ ବିପୁଳ ପରିମାଣର ଗୁଟ୍‌ଖା ଜବତ; ୮ ଗିରଫ

13-Dec-2020



(ପ୍ରେରଣା ଖବର) ମାଲକାନଗିରି: ଗତ ସନ୍ଧ୍ୟାରେ ପୁଲିସ ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ବେଆଇନ ଭାବେ ଯାଉଥିବା ବିପୁଳ ପରିମାଣର ଗୁଟ୍‌ଖା ଜବତ କରିବା ସହ ଏଥିରେ ସମ୍ପୃକ୍ତ କେତେ ଜଣଙ୍କୁ ଗିରଫ କରିଛି। ବସ୍‌ଷ୍ଟାଣ୍ଡ୍‌ରୁ ଜବତ ଗୁଟ୍‌ଖା ଘଟଣାରେ ଗିରଫ ବ୍ୟକ୍ତିଦ୍ୱୟ ହେଉଛନ୍ତି ଗୁଟ୍‌ଖା ବସ୍ତାର ମାଲିକ ଟି. ସତ୍ୟନାରାୟଣ ସୁବୁଦ୍ଧି ଏବଂ ଅଟୋ ଚାଳକ ବିଷ୍ଣୁ ବେହେରା। ବେଆଇନ ଭାବେ ବିପୁଳ ପରିମାଣର ଗୁଟ୍‌ଖା ମାଲକାନଗିରି ବସ୍‌ଷ୍ଟାଣ୍ଡ୍‌ରୁ କାଲିମେଳାକୁ ପରିବହନ କରାଯାଉଛି ବୋଲି ପାଟ୍ରୋଲିଙ୍ଗ୍‌ ଡିୟୁଟିରେ ଥିବା ସବ୍‌-ଇନ୍‌ସ୍‌ପେକ୍ଟର୍‌ ଓ ଅନ୍ୟ ପୁଲିସ କର୍ମଚାରୀଙ୍କୁ ସୂଚନା ମିଳିଥିଲା। ଉକ୍ତ ସୂଚନାକୁ ଆଧାର କରି ପୁଲିସ ବସ୍‌ଷ୍ଟାଣ୍ଡ୍‌ରେ ଚଢ଼ାଉ କରିଥିଲା। ଧରା ଯାଇଥିବା ବ୍ୟକ୍ତିଦ୍ୱୟ ଗୁଟ୍‌କାର ମାଲିକାନା ଓ ପରିବହନ ସଂକ୍ରାନ୍ତ କୌଣସି ବିଲ୍‌, ଲାଇସେନ୍‌ସ୍‌ କିଂବା ଅନ୍ୟ କିଛି କାଗଜପତ୍ର ଦେଖାଇ ପାରି ନ ଥିଲେ। ତେଣୁ ପୁଲିସ୍‌ ଗୁଟ୍‌କା ଏବଂ ଅଟୋରିକ୍ସାକୁ ଜବତ କରିବା ସହ ବ୍ୟକ୍ତିଦ୍ୱୟଙ୍କୁ ଗିରଫ କରିଥିଲା। ଏହି ଭଳି ସୂଚନା ଆଧାରରେ ଅନ୍ୟ ୫ଟି ସ୍ଥାନରେ ମଧ୍ୟ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ବ୍ୟାପକ ପରିମାଣର ବେଆଇନ ଗୁଟ୍‌ଖା ଜବତ କରାଯାଇଛି। ଏହି ଗୁଟ୍‌ଖା ବସ୍ତା ସବୁ ବ୍ରହ୍ମପୁର ଓ ଜୟପୁର ଅଞ୍ଚଳରୁ ଯୋଗାଣ ହେଉଥିଲା। ଜବତ ହୋଇଥିବା ସମୁଦାୟ ଗୁଟ୍‌ଖା ବସ୍ତାର ମୂଲ୍ୟ ୧୫ ଲକ୍ଷ ଟଙ୍କା ହୋଇପାରେ। ଏହି ଘଟଣାରେ ମାମଲା ରୁଜୁ କରି ପୁଲିସ ସମୁଦାୟ ୮ଜଣଙ୍କୁ ଗିରଫ କରିଛି। ସେମାନଙ୍କୁ ଅଦାଲତରେ ହାଜର କରାଇବା ପ୍ରକ୍ରିୟା କରିବା ସହ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଗିରଫ ବ୍ୟକ୍ତିମାନେ ହେଉଛନ୍ତି, ମାଲକାନଗିରିର ବିଷ୍ଣୁ ବେହେରା, କାଲିମେଳାର ଟି. ସତ୍ୟନାରାୟଣ ସୁବୁଦ୍ଧି, ଦୁର୍ଗାଗୁଡ଼ି ଷ୍ଟ୍ରିଟ୍‌ର ପି. ବାଲା ଓ ସୁଶାନ୍ତ ପ୍ରଧାନ, ତାଳଚେର କଲୋନିର ଦେବେନ୍ଦ୍ର କୁମାର ତ୍ରିପାଠୀ, ମାଲକାନଗିରି ମୁଖ୍ୟ ରାସ୍ତା ଅଞ୍ଚଳର ପ୍ରେମାନନ୍ଦ ପ୍ରଧାନ ଓ କେ. ତ୍ରିମାଲ ପୃଷ୍ଟି ଓ ବୁଟିଗୁଡ଼ାର ସନାତନ ମହାକୁଡ଼।


News Comment




Photo in News

Advertisment
Lastest News
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026

You Might Also Like