-+91-9937148622 |
prerana_bgr@rediffmail.com |
Saturday 4th July 2026 |
R.N.I. Regd No. ODIODI/2010/46693
Breaking News
23-Aug-2023
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନାରେ ନୂତନ ଭାବରେ ଥାନାଧିକାରୀ ଭାବରେ ପ୍ରଦୀପ ଧରୁଆଙ୍କ ଯୋଗଦାନ କରିଛନ୍ତି। ଏହି ଅବସରରେ ନୂଆପଡ଼ା ଡିଷ୍ଟ୍ରିକ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ସଙ୍ଘ ତରଫରୁ ସୌଜନ୍ୟ ମୂଳକ ସାକ୍ଷାତ କରିଛନ୍ତି l ଏହି ସାକ୍ଷାତ ସମୟରେ ସଙ୍ଘର ସାଧାରଣ ସମ୍ପାଦକ ଯୁଗଳ କିଶୋର ମହାନନ୍ଦ, ଖଡ଼ିଆଳ ବ୍ଲକ ଉପସଭାପତି ଓମ ପ୍ରକାଶ ଚୌଧୁରୀ ମାଇକଲ ନନ୍ଦ, ଶ୍ୟାମ ସୁନ୍ଦର ସଗରିଆ, ଗଣେଶ ଚନ୍ଦ୍ର ବାଗ, କାର୍ତ୍ତିକ ମହାନନ୍ଦ, ମୋହନଲାଲ ଦୀପ, ଚନ୍ଦ୍ରଶେଖର ବେହେରା ପ୍ରମୁଖ ଉପସ୍ଥିତ ରହି ଥାନାଧିକାରୀ ଙ୍କ ସହିତ ଖଡ଼ିଆଳ ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ଏହା ପୂର୍ବ ରୁ ପ୍ରଦୀପ ଧରୁଆ କଳାହାଣ୍ଡି ଜିଲ୍ଲା ସଦର ଥାନାରେ ଥାନାଧିକାରୀ ଭାବରେ କାର୍ଯ୍ୟ କରିଥିଲେ l
(ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ)