-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
କଳାହାଣ୍ଡି: (ସଞ୍ଜୀବ ଦାସ)-ସ୍ଥାନୀୟ ନ୍ୟୁ ଷ୍ଟାର ସିନେ ପ୍ଲେକସ୍ ଠାରେ ଆଜି ଓ ଜେ ୟୁ କଳାହାଣ୍ଡି ଜିଲ୍ଲା ଶାଖା ର କର୍ମକର୍ତ୍ତା ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଆବାହକ ନୀରୋଜ ପଟ୍ଟନାୟକ ଅଧ୍ୟକ୍ଷତା କରିଥିଲେ। ସର୍ବସମ୍ମତି କ୍ରମେ ସଭାପତି ଭାବେ ନୀରୋଜ୍ ପଟ୍ଟନାୟକ ନିର୍ବାଚିତ ହେଲେ। ଉପସଭାପତି ଭାବେ ତୁମେଶ୍ୱର୍ ସାହୁ, ସନ୍ତୋଷ ସିଂହ, ସଞ୍ଜୀବ ଦାସ ଓ ପ୍ରଦୀପ ସାହୁଙ୍କୁ ମନୋନୀତ କରାଯାଇଛି l ମନୋଜ କୁମାର ନାୟକ, ସହସମ୍ପାଦକ, ସନ୍ତୋଷ କୁମାର ପ୍ରଧାନ, ବରଦା ପ୍ରସନ୍ନ ନାୟକ, ଗଣେଶ ରାମ ବାଗ ଓ ମଧୁ ସିନ୍ଦୂର। ଏବଂ କୋଷାଧ୍ୟକ୍ଷ ଭାବେ ଅଭିରାମ ପ୍ରସାଦ ପଟ୍ଟନାୟକଙ୍କୁ ନିର୍ବାଚିତ କରାଗଲା। ବୈଠକ ଶେଷରେ ସନ୍ତୋଷ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।