-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
11-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସମ୍ବଲପୁରର ଅତିରିକ୍ତ ଉପ ଜିଲ୍ଲାପାଳ ଅଞ୍ଜଲିନା ପ୍ରଧାନଙ୍କୁ ସୁବର୍ଣ୍ଣପୁର ଏଡିଏମ୍ ଭାବେ ବଦଳି ହୋଇଛି । ସେ ଦୀର୍ଘ ବର୍ଷ ହେଲା ସମ୍ବଲପୁରରେ ବିଭିନ୍ନ ପଦ ପଦବୀରେ ରହି ସୁଚାରୁ ରୂପେ କାର୍ଯ୍ୟଭାର ସମ୍ଭାଳି ଆସୁଥିଲେ । ସମାଜସେବୀ ଅଧିକାରୀ ଭାବେ ସମ୍ବଲପୁରରେ ତାଙ୍କର ଖୁବ୍ ସୁନାମ ରହିଛି । ସେ ନିଜ ଅଙ୍ଗଦାନ କରିଥିବା ସହ ବହୁ ବାର ରକ୍ତଦାନ ମଧ୍ୟ କରିଛନ୍ତି । କରୋନା ମହାମାରି ସମୟରେ ମଧ୍ୟ ସେ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରିଥିଲେ । ମନ୍ଦିରମାଳିନୀ ତଥା ସଂସ୍କୃତି ସଂପନ୍ନ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଭାବେ ଅଞ୍ଜଲିନାଙ୍କ ପଦୋନ୍ନତି ତଥା ବଦଳି ହୋଇଥିବାରୁ ସେ ଖୁବ୍ ଖୁସି ପ୍ରକାଶ କରିଛନ୍ତି । ରାଜ୍ୟ ସରକାରଙ୍କ ବିିଭିନ୍ନ ଜନ ହିତକର ଯୋଜନାର ସୁଫଳ କିଭଳି ଜନସାଧାରଣଙ୍କୁ ଉପଲବ୍ଧ ହେବ ମୁଁ ସେନେଇ ସର୍ବଦା ଚେଷ୍ଟା କରିବି ବୋଲି ସେ କହିଛନ୍ତି ।