-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||     

HOME   ଜିଲ୍ଲା

ନିରାଶ୍ରୟ ହୋଇ ପଡି ରହିଛି "ଆଶ୍ରୟ" ଆଶ୍ରୟ ଉପଯୋଗୀ କରିବା ପାଇଁ ଦାବିପତ୍ର ଦେଲା ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନ

10-Aug-2023



ବଲାଙ୍ଗିର:  ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନଂ. ୧୩ ରେ ଜାତୀୟ ସହରାଞ୍ଚଳ ଜୀବିକା ମିଶନ ଯୋଜନାରେ ବାସହୀନଙ୍କ ପାଇଁ ନିର୍ମିତ ଆଶ୍ରୟସ୍ଥଳୀ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ବ୍ୟବହାର ଯୋଗ୍ୟ ନ ହୋଇ ପଡି ରହିଛି। ଯେଉଁଥି ପାଇଁ ବଲାଙ୍ଗିର ସହରର ନିରାଶ୍ରୟଙ୍କ ଆବଶ୍ୟକ ସ୍ଥଳେ ତାହା ବ୍ୟବହାରରେ ଆସି ପାରୁ ନାହିଁ। ତେଣୁକରି ଅନେକ ଗରିବ ଖଟିଖିଆ ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହେଉଛି।
ଆଶ୍ରୟସ୍ଥଳୀର କୋଠରୀ ଗୁଡିକ ଅପରିଷ୍କାର ହୋଇ ପଡି ରହିଥିବା ବେଳେ ଝରକା କବାଟ ଗୁଡିକ ଭଙ୍ଗାରୁଜା ଅବସ୍ଥାରେ ରହିଛି। ଶୋଇବା ପାଇଁ ବ୍ୟବହୃତ ହେଉଥିବା ଗଦି, ତକିଆ, ବେଡସିଟ ଆଦି ଚିରା ଫଟା ଅବସ୍ଥାରେ ଏଣେତେଣେ ପଡି ରହିଛି। ଆଶ୍ରୟସ୍ଥଳୀରେ ପୁରୁଷ ମହିଳାଙ୍କ ବ୍ୟବହାର ନିମନ୍ତେ ଭିନ୍ନ ଭିନ୍ନ ଭାବରେ ଥିବା ଶୌଚାଳୟ ଗୁଡିକ ଅପରିଷ୍କାର ହୋଇ ରହିଛି। ଜଳ ଯୋଗାଣ ବିଛିନ୍ନ ହୋଇଯାଇ ଥିବାରୁ ଆଶ୍ରୟସ୍ଥଳୀର କୌଣସି ନଳରେ ପାଣି ଆସୁ ନାହିଁ।
ମଣିଷ ମାନଙ୍କ ଆଶ୍ରୟ ପାଇଁ ନିର୍ମିତ ଆଶ୍ରୟସ୍ଥଳୀର ବାରଣ୍ଡାରେ ଗାଈଗୋରୁ, କୁକୁର ମାନେ ଆଶ୍ରୟ ନେଉଛନ୍ତି। ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବ ବର୍ତ୍ତମାନ କାହାର ଅଧୀନରେ ନ ଥିବା ହେତୁ ଏଠାକାର ଛାତ ଉପରେ ନିଶାଡିଙ୍କ ଆଡ୍ଡା ସବୁବେଳେ ଜମି ରହୁଛି। ଆଶ୍ରୟସ୍ଥଳୀରୁ ବାହାରିବା ମାତ୍ରେ ମୁଖ୍ୟ ରାସ୍ତା କଡରେ ବିପଦ ସଙ୍କୁଳ ଅବସ୍ଥାରେ ଗୋଟିଏ ମୁକୁଳା ଟ୍ରାନ୍ସଫର୍ମର ରହିଛି। ଯଦ୍ୱାରା ଏହାର ସଂସ୍ପର୍ଶରେ ଆସି କେତେବେଳେ କାହାର ମୃତ୍ୟୁବରଣ ଘଟିଯିବ କିଛି କୁହାଯାଇ ପାରିବ ନାହିଁ। ବିଦ୍ୟୁତ ବିଭାଗ ସହ ପୌର ପରିଷଦ ପରାମର୍ଶ କରି ଟ୍ରାନ୍ସଫର୍ମର ଚାରିପଟେ ବାଡ ଦେବା ବ୍ୟବସ୍ଥା କରିବାର ଆବଶ୍ୟକତା ରହିଛି।
ପୌରାଞ୍ଚଳ ନିରାଶ୍ରୟଙ୍କ ପାଇଁ ନିର୍ମିତ ଏହି ଆଶ୍ରୟସ୍ଥଳୀରେ ବର୍ତ୍ତମାନ ଅସହାୟ ଅବସ୍ଥାରେ ଦୁଇଜଣ ମହିଳା ବିଗତ ବର୍ଷେ ଧରି ଆଶ୍ରୟ ନେଉଛନ୍ତି। ସେଥିମଧ୍ୟରୁ ଜଣେ ମହିଳା ସୁବର୍ଣ୍ଣପୁର ଜିଲ୍ଲା ତରଭା ଅଞ୍ଚଳର ହୋଇଥିବା ବେଳେ ଅନ୍ୟ ମହିଳା ଜଣକ ପାଟଣାଗଡ ଅଞ୍ଚଳର ରହିଛନ୍ତି। ସେହି ମହିଳା ଦ୍ୱୟଙ୍କୁ ଅନ୍ୟତ୍ର ଉପଯୁକ୍ତ ଥଇଥାନ କରିବାର ଆବଶ୍ୟକତା ରହିଛି।
ଏହି ଆଶ୍ରୟସ୍ଥଳୀର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ୱ ଯେହେତୁ ଏପର୍ଯ୍ୟନ୍ତ କାହାକୁ ହସ୍ତାନ୍ତର କରାଯାଇ ନାହିଁ, ଫଳରେ ଅନେକ ନିରାଶ୍ରୟ ଆଶ୍ରୟ ଟିକିଏ ନେବା ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଯଥାଶୀଘ୍ର ଉକ୍ତ ଆଶ୍ରୟସ୍ଥଳୀର ଆବଶ୍ୟକୀୟ ମରାମତି କରାଯାଇ ଏହାର ପରିଚାଳନା ଦାୟିତ୍ବ ବିଭାଗୀୟ ବ୍ୟବସ୍ଥା ଅନୁଯାୟୀ ଯେକୌଣସି ସଂସ୍ଥାକୁ ହସ୍ତାନ୍ତର କରାଯାଇ ସହରାଞ୍ଚଳର ଅନେକ ନିରାଶ୍ରୟଙ୍କ ପାଇଁ ଏହା ଆଶ୍ରୟ ଉପଯୋଗୀ କରିବା ନିମନ୍ତେ ଦାବି ଜଣାଇ ବଲାଙ୍ଗିର ସ୍ବେଚ୍ଛାସେବୀ ସଂଗଠନର ଗୋବିନ୍ଦ ଚନ୍ଦ୍ର ଶତପଥୀ, ସନ୍ତୋଷ ପଟ୍ଟନାୟକ, ଏମ୍. ଡି. ବବଲୁ, ଅଜୟ ନାଗ, ଦେବରାଜ ନାଗ, ବିରେନ୍ଦ୍ର ପାଣ୍ଡେ, ପ୍ରଦୀପ ଜୁଏଡ, ସୁମିତ ମିଶ୍ର, ଶ୍ଵେତା ସାହୁ, ଅନିତା ମିଶ୍ର, ଚିନ୍ମୟୀ ବୀର ପ୍ରମୁଖ ନିର୍ବାହୀ ଅଧିକାରୀ ଓ ପୋୖରାଧ୍ୟକ୍ଷାଙ୍କୁ ସାକ୍ଷାତ କରିଥିଲେ। ମିଳିଥିବା ପ୍ରତିଶ୍ରୁତି ମୁତାବକ ଆଗାମୀ ୧୫ ଦିନ ମଧ୍ୟରେ ଆଶ୍ରୟସ୍ଥଳୀର ଆବଶ୍ୟକୀୟ ସମ୍ପୂର୍ଣ୍ଣ ମରାମତି କରାଯାଇ ସ୍ଥାନୀୟ ଏକ ସ୍ୱୟଂ ସହାୟକ ଗୋଷ୍ଠୀକୁ ଏହାର ରକ୍ଷଣାବେକ୍ଷଣ ଓ ପରିଚାଳନା ଦାୟିତ୍ବ ହସ୍ତାନ୍ତର କରାଯାଇ ଆଶ୍ରୟ ଉପଯୋଗୀ କରିବାର ବ୍ୟବସ୍ଥା କରାଯିବ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026
  ରାଜ୍ୟ  
ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   18-Sep-2026
  ଜିଲ୍ଲା  
ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   18-Sep-2026
  ଦେଶ ବିଦେଶ  
ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   18-Sep-2026
  ଜିଲ୍ଲା  
 ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   18-Sep-2026

You Might Also Like