-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ଆଜି ବାଲାଙ୍ଗୀର ଟାଉନ ବାଳିକା ହାଇସ୍କୁଲରେ ଜାତୀୟ କୃମି ନାଶକ ଦିବସ ର ଶୁଭଉଦଘାଟନ ହୋଇ ଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ଜ଼ିଲ୍ଲା ମୁଖ୍ୟ ଚିକତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ପ୍ରଦୀପ କୁମାର ଗୁରୁ, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ଦିବ୍ୟ କିଶୋର ପତି, ବି ଇ ଓ କୁମଦିନି ମିଶ୍ର, ଏମ ପି ଏଚ ଡବ୍ଲୁ ଏଫ ପିନାକୀ ସୁ, ଡି ଏମ ଆର ସି ଏଚ ଗୁରୁବେଦ କୁମ୍ଭାର, ଜ଼ିଲ୍ଲା ଜନ ସ୍ୱାସ୍ଥ୍ୟ ସାମ୍ପ୍ରସାରଣ ଅଧିକାରୀ ରିତାଞ୍ଜଳି ମିଶ୍ର, ଏପିଏମ ରାମାନୁଜ ପଣ୍ଡା, ଏ ଏମ ଆଇ ସି ବିସିସି କବିନ୍ଦ୍ର ଜେନା, ଆଶା ଗୀତାଞ୍ଜଳି ନାଏକ
ଯୋଗ ଦେଇ ଏହି ଦିବସ ପାଳନ ର ଲକ୍ଷ୍ୟ ଉଦ୍ଦେଶ୍ୟ ଉପରେ ମତ ରଖିଥିଲେ l ଛାତ୍ରୀ ମାନେ ଡେମୋ ମାଧ୍ୟମ ରେ ସଚେତନତା କରିଥିଲେ l ଏବଂ ଅଗଷ୍ଟ ୧୦ତାରିଖ ରୁ ଆସନ୍ତା ୧୭ ତାରିଖ ଯାଏ ଏକ ସପ୍ତାହ ଯାଏ ଏହି ସଚେତନତା କାର୍ଯ୍ୟକ୍ରମ ଚାଲିବ ବୋଲି ସ୍ୱାସ୍ଥ୍ୟ ବିଭାଗ ରୁ ସୂଚନା ମିଳିଛି l ହାଇସ୍କୁଲର ପ୍ରଧାନ ଶିକ୍ଷକ ନରେନ୍ଦ୍ର ନାଥ ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ l