-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
10-Aug-2023
ବଲାଙ୍ଗୀର:- ସୂଚନା ଅନୁଯାୟୀ ପୁଇନ୍ତଲା ବ୍ଲକ ଅନ୍ତର୍ଗତ ରଣ୍ଡା ହାଇସ୍କୁଲ ରେ କାର୍ଯ୍ୟରତ ହିନ୍ଦୀ ଶିକ୍ଷୟତ୍ରୀ ମୃଣ୍ମୟୀ ପଣ୍ଡା ଙ୍କ ସାର୍ଟିଫିକେଟ ଜାଲ ଥିବାରୁ ପୋଲିସ ତାଙ୍କୁ ସ୍କୁଲ୍ ରୁ ଉଠାଇ ଆଣି ପଚରା ଉଚରା କରୁଛି।ସେହିଭଳି ବଙ୍ଗୋମୁଣ୍ଡା,ସଇଁତଳା, ବେଲପଡ଼ା ଅଞ୍ଚଳରେ ମଧ୍ୟ ଆଉ ତିନି ଜଣ ସନ୍ଦେହ ଶିକ୍ଷକଙ୍କୁ ପୋଲିସ ଯାଞ୍ଚ କରୁଛି।ଜଲଦି ସେମାନଙ୍କୁ ଧରି ତାଙ୍କ ବ୍ୟାଙ୍କ୍ ଆକାଉଣ୍ଟ ଜବତ କରାଯିବ ବୋଲି ଏସଡିପିଓ ତୋଫାନ ବାଗ ସାମ୍ବାଦିକ ଙ୍କୁ ସୂଚନା ଦେଇଛନ୍ତି।ଗତ ୨୦୧୩ ରୁ ୨୦୨୨ ମଧ୍ୟରେ ଏହି ଚାରି ଜଣ ବାହାର ରାଜ୍ୟ ବିଶ୍ଵ ବିଦ୍ୟାଳୟ ରୁ ସାର୍ଟିଫିକେଟ ଆଣି ଚାକିରି କରୁଥିବା ଜଣାପଡିଛି।ଅନ୍ୟ ୩ ଜଣଙ୍କ ସମ୍ପର୍କରେ ପୋଲିସ କୌଣସି ତଥ୍ୟ ଦେଇନାହିଁ।ପୋଲିସ ତଦନ୍ତ ପରେ ସମସ୍ତ ତଥ୍ୟ ଜଣାପଡ଼ିବ। ଗତ ତା ୪.୭.୨୩ ରିଖ ରେ ପ୍ରୁଥିରଜ୍ ହାଇସ୍କୁଲ ଠାରେ ଡିଇଓ ଙ୍କ ଅଧ୍ୟକ୍ଷତା ରେ ପ୍ରମୋସନ୍ କମିଟି ଦ୍ବାରା ଜିଲ୍ଲାରେ ଥିବା ଚତୁର୍ଥ ବର୍ଗ ର ପ୍ରାଥମିକ ଶିକ୍ଷକ ମାନଙ୍କୁ ତୃତୀୟବର୍ଗକୁ ପଦୋନ୍ନତି ଦେଇଥିଲେ।କାଉନସେଲିଂ ସମୟରେ ସଇଁତଳା ବିଇଓ ଅଧୀନରେ ଥିବା କିଛି ସନ୍ଦେହ ସାର୍ଟିଫିକେଟ ଧାରୀ ପ୍ରାର୍ଥୀ ଙ୍କ ନାମ ଅନ୍ତର୍ଭୁକ୍ତ ଥିଲା।ସଇଁତଳା ବିଇଓ ସନ୍ଦେହ ଜାଲ ସାର୍ଟିଫିକେଟ ଧାରୀ ଙ୍କ ବିଷୟରେ ତାଙ୍କ ଅଫିସ ପତ୍ର ସଂଖ୍ୟା ୭୦୯ ତା ୨୮.୩.୨୦୨୩ ରେ ଡିଇଓ ଙ୍କୁ ଅବଗତ କରାଇ ତାର ଏକ ନକଲ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ବିଭାଗ ଙ୍କ ଅବଗତି ନିମନ୍ତେ ପ୍ରେରଣ କରିଥିଲେ।କିନ୍ତୁ ଡିଇଓ ଧ୍ରୁବ ବେହେରା ସଇଁତଳା ବିଇଓ ଙ୍କ ପତ୍ର ପାଇ ମଧ୍ୟ ସନ୍ଦେହ ସାର୍ଟିଫିକେଟ ଦାଖଲ କରିଥିବା ଶିକ୍ଷକ ବିଜୟ ମଲ୍ଲିକ ଙ୍କୁ କାଉନସେଲିଂ କରି ପଦୋନ୍ନତି ଦେଇଛନ୍ତି।ବିଜୟ ମଲ୍ଲିକ କାମରାଜ ମଦୂରାଇ ବିଶ୍ଵ ବିଦ୍ୟାଳୟର ସାର୍ଟିଫିକେଟ ଦାଖଲ କରିଥିବା ବେଳେ ସାର୍ଟିଫିକେଟ ର ସତ୍ୟା ସତ୍ୟ ସମ୍ପର୍କରେ କୌଣସି ତଥ୍ୟ ଉକ୍ତ ବିଶ୍ଵ ବିଦ୍ୟାଳୟରୁ ଆସି ନ ଥିବା ସଇଁତଳା ବିଇଓ ବଲାଙ୍ଗୀର ଡିଇଓ ଙ୍କୁ ଦେଇଥିବା ପତ୍ରରେ ଦର୍ଶାଇଛନ୍ତି।ଉପରୋକ୍ତ ସାର୍ଟିଫିକେଟ ର ସତ୍ୟା ସତ୍ୟ ନ ଜାଣି ଡିଇଓ ଶିକ୍ଷକ ବିଜୟ ମଲ୍ଲିକ ଙ୍କୁ ପଦୋନ୍ନତି ଦେଲେ।ସେହିଭଳି ସଇଁତଳା ବିଇଓ ଙ୍କ ଅଧୀନରେ ଥିବା ଆଉ ଦୁଇଜଣ ଶିକ୍ଷକ ପ୍ରତାପ କୁମାର ନନ୍ଦ ଏବଂ ନିରଞ୍ଜନ ମାଝୀ ଦାଖଲ କରିଥିବା କାମରାଜ ମଦୂରାଇ ବିଶ୍ଵ ବିଦ୍ୟାଳୟ ର ସନ୍ଦେହ ସାର୍ଟିଫିକେଟ ସମ୍ପର୍କରେ ଡିଇଓ ବଲାଙ୍ଗୀର ଏବଂ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଙ୍କୁ ଲିଖିତ ଜଣାଇଛନ୍ତି।ବଲାଙ୍ଗୀର ଡିଇଓ ଙ୍କ ମେରୀମର୍ଜି ଶାସନ ଯୋଗୁଁ ଅନେକ ଜାଲ ସାର୍ଟିଫିକେଟ ଧାରୀ ତାଙ୍କ ଛତ୍ରଛାୟା ତଳେ ନିର୍ଭୀକ ଭାବରେ ଚାକିରି କରୁଥିବା ଚର୍ଚ୍ଚା ହେଉଛି।