-+91-9937148622 |
prerana_bgr@rediffmail.com |
Wednesday 23rd September 2026 |
R.N.I. Regd No. ODIODI/2010/46693
Breaking News
09-Aug-2023
ବୋଡ଼େନ(ଡୋଲେଶ୍ଵର ବାଗ ): ବୋଡ଼େନ ବ୍ଲକର ସଦର ବ୍ଲକରେ ୭୭ତମ ସ୍ବାଧିନତା ଦିବସ ପାଳନ ପାଇଁ ବ୍ଲକ ସଭା ଗୃହରେ ଏକ ସାଧାରଣ ବୈଠକ ବିଡିଓ ପ୍ରିୟରଂଜନ କୁମାରଙ୍କ ଆହ୍ବାନ କ୍ରମେ ଅନୁଷ୍ଠିତ ହୋଇଯାଇଛି । ବୋଡ଼େନ ଗ୍ରାମର ଭଦ୍ରବ୍ୟକ୍ତି, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ, ଅଧ୍ୟାପକ, ଲୋକ ପ୍ରତିନିଧି,ବ୍ଲକ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି ଅଗଷ୍ଟ ପନ୍ଦର ତାରିଖ ଦିନ କିପରି କାର୍ଯ୍ୟକ୍ରମ କରିବେ ତା'ରି ଉପରେ ଆଲୋଚନା ହେବାସହ ଯୋଜନା ପ୍ରସ୍ତୁତି କରିଥିଲେ ।ଉକ୍ତଦିନ ପ୍ରଭାତଫେରି ,ପତାକା ଉତ୍ତୋଳନ,ପ୍ୟାରେଡ,ଛାତ୍ରଛାତ୍ରୀ ଙ୍କୁ ନେଇ ପ୍ରତିଯୋଗିତା ଓ ପୁରସ୍କାର ବିତରଣ କରିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି ।