-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
09-Aug-2023
ବଲାଙ୍ଗିର (ପ୍ରେରଣା ଖବର ): ମାସିକ ପରିଶ୍ରମକ ବୃଦ୍ଧି ଦାବି କରି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ କୁ ଘେରାଉ କଲେ ବଲାଙ୍ଗୀର ଜିଲ୍ଲାର ଆଶା କର୍ମୀ ଆଶାକର୍ମୀ ମାନଙ୍କ ମାସିକ ୨୬ ହଜାର ଟଙ୍କା ସର୍ବନିମ୍ନ ମଜୁରୀ ପ୍ରଦାନ ଦାବି କରି ଆଜି ପୁଣି ଥରେ ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ କରିଛି ବଲାଙ୍ଗିର ଜିଲ୍ଲା ଅଖିଳ ଭାରତୀୟ ଟ୍ରେଡ୍ ୟୁନିଅନ କଂଗ୍ରେସ ତରଫରୁ ଜିଲ୍ଲାପାଳ କାର୍ଯ୍ୟଳୟ ଘେରାଉ କରାଯାଇଛି ।
ବହୁ ଦିନରୁ ଆଶା ମାନେ ତାଙ୍କର ପାରିଶ୍ରମିକ ବୃଦ୍ଧି କରିବାକୁ ଦାବି କରୁଛନ୍ତି । ଏନେଇ ସେମାନେ ଦାବି କରି ଆସିଛନ୍ତି । ହେଲେ ସରକାର ତାଙ୍କର ଦାବି ଶୁଣୁ ନାହାନ୍ତି । ତେଣୁ କରି ସେମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଥିଲେ। ବଲାଙ୍ଗିର କୋଶଳ କଲା ମଣ୍ଡଳଠାରୁ ବାହାରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଥିଲେ । ସେମାନେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ କୁ ଆସି ଦାବି ପତ୍ର ପ୍ରଦାନ କରିଥିଲେ ।