-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
09-Aug-2023
ଦେଓଗାଁ : ଆଜି ବିଶ୍ଵ ଆାଦିବାସୀ ଦିବସ ପାଳନ ଅବସରରେ ବଲାଙ୍ଗିର ଜିଲ୍ଲା ର ବିଭିନ୍ନ ସ୍ଥାନରେ ଆାଦିବାସୀ ମାନଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଆଜି ଏହି ଅବସରରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଶିବତଲା କଲ୍ଯାଣ ମଣ୍ଡପ ଠାରେ ଏକ ବିରାଟ ଆାଦିବାସୀ ମେଲି ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇ ଆାଦିବାସୀ ଭାଇ ଭଉଣୀ ମାନଙ୍କୁ ଉଦବୋଧନ ଦେଇ ଥିଲେ l ପ୍ରଥମେ ଆାଦିବାସୀ ମାନେ ନିଜର ପାରମ୍ପରିକ ଅସ୍ତ୍ରଶସ୍ତ୍ର ରେ ସଜ୍ଜିତ ହୋଇ ବାଜା ବଜାଇ ବିଧାୟକ ଶ୍ରୀ ମିଶ୍ର ଙ୍କୁ ପାଛୋଟି ନେଇଥିଲେ l ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଉତ୍କଳ କନ୍ଧ ସାମାଜ କେନ୍ଦ୍ରୀୟ କମିଟି ମୁଖ୍ୟ ଚିନ୍ତାମଣି ଭୋଇ , ଉପଦେଷ୍ଟା ଉପଦେଷ୍ଟା ସତ୍ୟ ନାରାୟଣ କୁଅଁର ଙ୍କ ସମେତ ବହୁ ଆାଦିବାସୀ ନେତା ସାମିଲ ହୋଇଥିଲେ l ଏହି ସଭାରେ ଆାଦିବାସୀ ମାନଙ୍କ ଅଧିକାର ବିଷୟରେ ଆଲୋଚନା ହୋଇଥିଲା l ଆାଦିବାସୀ ମାନଙ୍କ ପ୍ରତି ସରକାର ଙ୍କ ଅବହେଳା କୁ ଦୃଢ଼ ନିନ୍ଦା କରାଯାଇଥିଲା l