-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
07-Aug-2023
ବୌଦ୍ଧ(ଜୟାନନ୍ଦ ମିଶ୍ର ): ବୌଦ୍ଧ ଜିଲ୍ଲାର ସଦର ମହକୁମାଠାରୁ ମାତ୍ର ୫ କିଲୋମିଟର ଦୂରରେ ଥିବା ସରସରl ଗ୍ରାମର ଚାନ୍ଦିନୀ ଛକରୁ ଗତରାତି ପ୍ରାୟ ଗୋଟିଏ ରୁ ଦୁଇଟା ମଧ୍ୟରେ ଏକ ହେରୋ ଏକ୍ସ ପ୍ରୋ ଗାଡ଼ି ନମ୍ବର ଓ ଡି -୧୨ ବି ୯୪୭୩ ଚୋରୀ ହୋଇଥିବା ଅଭିଯୋଗ ହୋଇଛି। ଗାଡ଼ି ମାଲିକ ବିନାୟକ ପ୍ରଧାନଙ୍କ କହିବା ଅନୁଯାୟୀ ପ୍ରତିଦିନ ଭଳି ସେଦିନ ମଧ୍ୟ ସେ ବାଇକ୍ ଟିକୁ ଅନ୍ୟ କିଛି ବାଇକ୍ ସହିତ ଚାନ୍ଦିନୀ ଛକ ଗୁଢ଼ି ଘର ପଛପଟେ ହାଣ୍ଡଲ ଲକ୍ କରି ରଖିଥିଲେ ।କିନ୍ତୁ ଗତ ଅଗଷ୍ଟ ୬ ତାରିଖ ରାତିରେ କେହି ଦୁର୍ବୃତ୍ତ ବାଇକ୍ ଟିକୁ ଚୋରୀ କରି ନେଇ ଯାଇଥିଲା l ଏ ନେଇ ଶ୍ରୀ ପ୍ରଧାନ ବୌଦ୍ଧ ଆଦର୍ଶ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ପୋଲିସ୍ କୌଣସି ଅନୁସନ୍ଧାନ କରି ନ ଥିବା ଜଣାପଡଛି।