-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
06-Aug-2023
ପାଟଣାଗଡ଼/ବେଲପଡ଼ା(ପୁର୍ଣ୍ଣ ଶଶୀ ଶେଖର ରାଓ ): ଆଜି ଓଡ଼ିଶାର ୫ ଟି ସଚିବ ଭି,କେ ପାଣ୍ଡିଆନ ବଲାଙ୍ଗିର ଜିଲ୍ଲାକୁ ଆସିଥିବା ବେଳେ ବଲାଙ୍ଗିର ଜିଲ୍ଲା ବେଲପଡା ଠାରେ ତାଙ୍କ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି।ସେ ସକାଳ ୧୧ ଟାରେ ହେଲିକପ୍ଟର ରୁ ପଦାର୍ପଣ କରି ଲୋକଙ୍କ ପାଖକୁ ବୁଲି ବୁଲି ସାକ୍ଷାତ କରିଥିଲେ ଏବଂ ଲୋକ ଙ୍କ ଅଭିଯୋଗ ପତ୍ର ଗ୍ରହଣ କରି ସାରିବା ପରେ ମଞ୍ଚକୁ ଆଗମନ କରିଥିଲେ।
ରାଜ୍ୟ ସରକାରଙ୍କ ବିକାଶ ଅଭିମୁଖୀ ଯୋଜନା ଗୁଡ଼ିକ ଉପସ୍ଥାପନା କରିଥିବା ବେଳେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ ରାଜ୍ୟ ସରକାର କି କି ପ୍ରକାର ସୁବିଧା କରୁଅଛନ୍ତି ତାହା ଠିକ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ସେ ପଚାରି ବୁଝିଥିଲେ। ସୁକତେଲ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ବେଲପଡା ବ୍ଳକ ରେ ଥିବା ଉପରଲାଣ୍ଠ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଆରମ୍ଭ ହେବ ବୋଲି ଘୋଷଣା କରିଛନ୍ତି। ଅଞ୍ଚଳ ରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ର ବିକାଶ ପାଇଁ ସାତ ଦିନ ମଧ୍ୟରେ ଫଳାଫଳ ଘୋଷଣା କରାଯିବ ବୋଲି କହିଛନ୍ତି। ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା ରେ ଲୋକ ସୁବିଧା ପାଉଛନ୍ତି କି ନାହିଁ ତା ସମ୍ପର୍କ ରେ ବୁଝିଥିଲେ। ଭତ୍ତା ପାଇଁ ଅନଲାଇନ କରିଥିବା ଲୋକଙ୍କୁ ଯଥାଶୀଘ୍ର ନୂତନ ଭତ୍ତା ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି। ଚଳିତ ବର୍ଷ ଫସଲ ବୀମା ପାଇଁ କୌଣସି ପ୍ରିମିୟମ ଟଙ୍କା ନଦେବା ପାଇଁ ପରାମର୍ଶ ଦେଇଥିବା ବେଳେ ସମସ୍ତ ଟଙ୍କା ରାଜ୍ୟ ସରକାର ବହନ କରିବେ ବୋଲି କହିଛନ୍ତି। ତାପରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଳକରେ ଥିବା ଚଉଷଠି ଯୋଗିନୀ ମନ୍ଦିର ପ୍ରାଙ୍ଗଣର ବିକାଶ ପାଇଁ ପରିଦର୍ଶନ କରିବାକୁ ଯାଇଥିବା
ବେଳେ ହରିଶଙ୍କର ମନ୍ଦିର ର ବିକାଶ କାର୍ଯ୍ୟ ର ତଦାରଖ କରିଛନ୍ତି। ହରିଶଙ୍କର ମନ୍ଦିର ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଯଥାଶୀଘ୍ର ସମ୍ପୂର୍ଣ୍ଣ କରିବାକୁ ଜିଲ୍ଲାପାଳ ଙ୍କୁ ଆଦେଶ ଦେଇଛନ୍ତି।୫ ଟି ସଚିବ ଙ୍କୁ ଦେଖିବା ପାଇଁ ୧୫୦୦୦ ରୁ ଉର୍ଦ୍ଧ୍ବ ପୁରୁଷ ଓ ମହିଳା ଯୋଗଦାନ କରିଥିଲେ।୫ଟି ସଚିବ ଭି କେ ପାଣ୍ଡିଆନ ଙ୍କ ବ୍ୟବହାର ପ୍ରତି ସମସ୍ତେ ପ୍ରଶଂସା କରୁଥିବା ଜଣାପଡିଛି।