-+91-9937148622 |
prerana_bgr@rediffmail.com |
Friday 1st May 2026 |
R.N.I. Regd No. ODIODI/2010/46693
Breaking News
06-Aug-2023
ବିନିକା(ହିମାଂଶୁ ଶେଖର ପୁଟେଲ)ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ତରଫରୁ ଓ ପ୍ରଜାପିତା ବ୍ରହ୍ମ କୁମାରୀ ବିନିକା ସେବା କେନ୍ଦ୍ର ଆୟୋଜନରେ ସ୍ଥାନୀୟ ଚନ୍ଦ୍ରମା ହୋଟେଲ କକ୍ଷରେ ସୁସ୍ଥ ଜୀବନ ସୁସ୍ଥ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଜାପିତା ଇଶ୍ୱରୀୟ ବିଶ୍ଵ ବିଦ୍ୟାଳୟ ବିନିକା ସେବା କେନ୍ଦ୍ରର ଭଉଣୀ ବିକେ ସତ୍ୟଭାମାଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ୟୁପିଏମୟାଇଏମ ରାଜ୍ୟ ସଭାପତି ପରାଗ କୁମାର ଅଗ୍ରୱାଲ,ସମ୍ମାନିତ ଅତିଥି ଓଡ଼ିଶା ନାଟକ ଏକାଡେମୀ ସଦସ୍ୟ ଶାଶ୍ଵତ ତ୍ରିପାଠୀ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ରାଜସ୍ଥାନ ନିବାସୀ ବିକେ ଡ଼ ଗୀତା ଦିଦି ଜୀ ଯୋଗଦେଇ ସୁସ୍ଥ ଜୀବନ ସୁସ୍ଥ ଭାରତ କାର୍ଯ୍ୟକ୍ରମ ଲକ୍ଷ୍ୟ,ଉଦ୍ଦେଶ୍ୟ ଓ ସନ୍ଦେଶ ଉପରେ ଉପସ୍ଥିତ ଯୁବ ବ୍ୟକ୍ତିଙ୍କୁ ପ୍ରାଞ୍ଜଳ ଭାବେ ଅବଗତ କରି ନିଜ ଶରୀରର ଯତ୍ନ ଓ ଉନ୍ନତି ସକାଶେ ଆବଶ୍ୟକୀୟ ଉପାଦେୟତା ପାଳନ କରି ସୁସ୍ଥ ଭାରତ ଗଠନ ପାଇଁ ଆହ୍ବାନ ଦେଇଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ସୋନପୁର ସେଣ୍ଟର ସଂଚାଲିକା ସ୍ନେହା ଭଉଣୀ,ବନ୍ଧବାହାଲ ସେଣ୍ଟର ସଂଚାଳିକା ଜୟଶ୍ରୀ ଭଉଣୀ,ରାଜସ୍ଥାନର ବିକେ ନିଖିତା ଭଉଣୀ ପ୍ରମୁଖ ମଞ୍ଚାଶୀନ ଥିଲେ ।ପ୍ରାରମ୍ଭରେ କଳାକାର ମାନଙ୍କ ଦ୍ଵାରା ନୃତ୍ୟ ଓ ସଙ୍ଗୀତ ପରିବେଷଣ ହୋଇଥିଲା ।ଶେଷରେ ବିକେ ବିକାଶ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ। ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ପରିଚାଳନାରେ ବିନିକା ସେବା କେନ୍ଦ୍ରରମନୋଜ,ସନ୍ତୋଷୀନି,ନିରାଶିନୀଙ୍କ ସହ ସମସ୍ତ ଭାଇ ଓ ଭଉଣୀ ଉପସ୍ଥିତ ରହି ସହଯୋଗ କରିଥିଲେ ।