-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
03-Aug-2023
ବୋଡ଼େନ(ଡୋଲେଶ୍ଵର ବାଗ ): ଦ୍ଵିତୀୟ ଶ୍ରେଣୀ ଝିଅକୁ ଅପହରଣ , ଅଭିଯୋଗ ଆସିଛି ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଗଣ୍ଡା ବାହେଲି ଛାତ୍ରୀ ନିବାସରୁ।ଘଟଣା ଅନୁସାରେ ଗତକାଲି ଏହି ଛାତ୍ରୀ ନିବାସରୁ ଜଣେ ଦ୍ଵିତୀୟ ଶ୍ରେଣୀ ଝିଅକୁ ଜୈନିକ ବ୍ୟକ୍ତି ନିକଟସ୍ଥ ଜଙ୍ଗଲକୁ ନେଇ ଯାଉଥିବା ବେଳେ ଛତୁ ସଂଗ୍ରହ ପାଇଁ ଯାଇଥିବା ଉଦ୍ଧବ ସତନାମୀ ଦେଖିଥିଲେ।ସେ ଆଉ ଦୁଇ ଜଣଙ୍କୁ ଡାକିଥିଲେ ଓ ତାଙ୍କୁ ଅନୁସରଣ କରିଥିଲେ।ଉଦ୍ଧବଙ୍କ କହିବା ଅନୁସାରେ ଉକ୍ତ ବ୍ୟକ୍ତି ଉଲଗ୍ନ ରହିବା ସହ ଝିଅକୁ ଅସଦାଚରଣ କରିବାର ଅଭିପ୍ରାୟସ୍ ରଖିଥିଲା।ଉକ୍ତ ବ୍ୟକ୍ତି ଉଦ୍ଧବ ଓ ତାଙ୍କ ସାଙ୍ଗ ମାନଙ୍କୁ ଦେଖି ପଳାଇ ଯା ଇଥିଲା।ପରେ ଝିଅକୁ ଉଦ୍ଧାର କରି ସ୍କୁଲ କୁ ଅଣା ଯାଇଥିଲା।ଗ୍ରାମବାସୀ ଖବର ପାଇଲା ପରେ ବିଭିନ୍ନ ସ୍ଥାନରେ ଜଗି ରହିଥିଲେ ଓ ଉକ୍ତ ବ୍ୟକ୍ତିଙ୍କୁ ଧରି ସିନାପାଲି ପୁଲିସ କୁ ଜିମା ଦେଇଥିଲେ।କିନ୍ତୁ ବିଦ୍ୟାଳୟ ତରଫରୁ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଏଫ ଆଇ ଆର ଦିଆ ଯାଇ ନଥିବା ଜଣାପଡିଛି।ଝିଅର ବାପା ମାଆ ଏହି ଘଟଣା ବୁଝିବା ପାଇଁ ଆସିଥିଲେ ମଧ୍ୟ ପ୍ରଥମେ ତାଙ୍କୁ ଝିଅ ସହ ଭେଟିବାକୁ ସୁଯୋଗ ଦିଆ ଯାଇ ନଥିବା ଓ ପରେ ଝିଅକୁ ଝାଡା ହେଉଥିବା କହିଥିବା ଅଭିଯୋଗ ହୋଇଛି।ପରେ ଝିଅକୁ ସେମାନେ ଭେଟିଛଟି ଓ ଝିଅ ସୁସ୍ଥ ଥିବା କହିଛନ୍ତି।ଏହାର ତଦନ୍ତ କରି ସ୍କୁଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।ଏନେଇ ପ୍ରଧାନ ଶିକ୍ଷକ ବିରାଲ ସେନ ନାଗଙ୍କୁ ପଚାରିବାରୁ ଝିଅ ଅପହରଣ ଘଟଣାକୁ ମାନୁଥିବା ବେଳେ କାରଣ ବିଷୟରେ କିଛି କହି ପାରି ନାହାନ୍ତି।ଗତକାଲି ସେ ଛୁଟିରେ ଥିଲେ ଓ ପାଣି ମଟର ଖରାପ ଥିବାରୁ ମରାମତି ପାଇଁ ନେଇଥିଲେ ବୋଲି କହିଥିଲେ। ପାଣିପମ୍ପ ଖରାପ ହେତୁ ଛାତ୍ରୀ ମାନେ ବାହାରକୁ ପାଣି ଆଣିବାକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିବା କହିବା ସହ ତଦନ୍ତ କରା ଯାଉଥିବା ଉଲ୍ଲେଖ କରିଛନ୍ତି।ଖବର ପାଇ ତଦନ୍ତ ପାଇଁ ଆସୁଥିବା ସିନାପାଲି WEO ସୁନୀଲ କୁମାର ସାମଲ ତଦନ୍ତ କରି ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।ଘଟଣା କୁ ନେଇ ଆଜି ସ୍ଥାନୀୟ ଅବିଭାବକ ଓ ଲୋକେ ସ୍କୁଲ ଆସି ହୋହାଲ୍ଲା କରିଥିଲେ।ଦୋଷୀ ମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବି କରିଛନ୍ତି।