-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
02-Aug-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ): ଚତୁଃପାର୍ଶ୍ଵ ନଦୀ ପରିବେଷ୍ଠିତ ସୁବର୍ଣ୍ଣପୁର ରେ ଆଜି କୃତ୍ରୀମ ବନ୍ୟା ରେ ସାରା ସହର ଉବୁଟୁବୁ ଅବସ୍ଥାରେ ରହିଛି। ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଓ ତେଲନଦୀ ର ଜଳସ୍ତର ବଢ଼ିବାରେ ଲାଗିଛି। ସହରରେ ପୌର ପ୍ରଶାସନ ର ଡ୍ରେନେଜ୍ ବ୍ୟବସ୍ଥା ଠିକ୍ ନ ଥିବାରୁ ସହର ର ଆମ୍ବେଦକର ଛକ ରୁ ବ୍ଲକ୍ ଛକ ଯିବା ମୁଖ୍ୟ ରାସ୍ତା ଉପରେ ପାଣି ଲହଡ଼ି ମାରୁଛି । ୱାର୍ଡ ନମ୍ବର ୧ ସ୍ଥିତ ପ୍ରେସ କଲୋନୀ, ୨ ନଂ ୱାର୍ଡ ର ଗୋକର୍ଣେଶ୍ୱର୍ ପଡା, ମହାବୀର କଲୋନି, ମାଣିକେଶ୍ବରୀ ପ୍ଲଟ ଯିବା ରାସ୍ତାରେ ପାଣି l
। ସହର ର ତଳି ଅଞ୍ଚଳ କୁହା ଯାଉଥିବା କୁମ୍ଭାର ପଡା ରେ କେତେକ ମାଟି ଘର ଭାଙ୍ଗି ଗଲାଣି । ଗୋଟିଏ ପଟରେ ବଢୁଥିବା ମହାନଦୀ ର ବିକଟାଳ ରୁପ ଅନ୍ୟପଟେ ପ୍ରବଳ ବର୍ଷା ଯୋଗୁଁ ଲୋକେ ଭୟଭୀତ ଅବସ୍ଥାରେ ଅଛନ୍ତି। ସହର ତଳି
ଅଞ୍ଚଳରେ ବର୍ଷା ପାଣି ଅନେକ ଘର ଭିତରକୁ ପଶିଆସିଛି। ସହରର ଡ଼୍ରେନେଜ ବ୍ୟବସ୍ଥା କୁ ସୁଧାରିବା ନିମନ୍ତେ ଯଥେଷ୍ଟ ପୂର୍ବରୁ ସ୍ଥାନୀୟ ପୈ।ରପ୍ରଶାସନ କୁ ବିଭିନ୍ନ ଗଣମାଧ୍ୟମ ପକ୍ଷରୁ ସୂଚନା ଦେଇଥିଲେ ହେଁ ପୈ।ର କର୍ତ୍ତୃପକ୍ଷ ଙ୍କ ଖାମଖିଆଲି ଆଚରଣ କୁ ହିଁ ଆଜିର ଏହି ପରିସ୍ଥିତି ପାଇଁ ମୁଖ୍ୟତଃ ଦାୟୀ କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ । ଅସଜଡ଼ା ପୌର ଅଞ୍ଚଳ ର ଡ୍ରେନାଇଜ ସିଷ୍ଟମ କୁ ଶୀଘ୍ର ସଜାଡି ବାକୁ ଜ଼ିଲ୍ଲା ପ୍ରଶାସନ କୁ ଲୋକେ ଦାବି କରିଛନ୍ତି l