-+91-9937148622 |

prerana_bgr@rediffmail.com |

  Sunday 27th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   (27-Sep-2026)       ||      ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   (27-Sep-2026)       ||      ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   (27-Sep-2026)       ||      *ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   (26-Sep-2026)       ||      ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   (26-Sep-2026)       ||      ୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   (26-Sep-2026)       ||      ନମାମି ଭାରତମ୍ କାର୍ଯ୍ୟକ୍ରମ    (26-Sep-2026)       ||      ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   (26-Sep-2026)       ||      ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   (26-Sep-2026)       ||      କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ    (26-Sep-2026)       ||      ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   (26-Sep-2026)       ||      ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   (26-Sep-2026)       ||      ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   (26-Sep-2026)       ||      ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||     

HOME   ଜିଲ୍ଲା

ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧଦିବସ ପାଳିତ,ସୋନପୁର ଇତିହାସ(୨)ର ୨ୟ ସଂସ୍କରଣ ଉନ୍ମୋଚିତ

01-Aug-2023



“ଡ.ସଦାନନ୍ଦ ଅଗ୍ରୱାଲ ଜଣେ ମାନବବାଦୀ ବିଚାରାଧାରାର ମଣିଷଥିଲେ” ବଲାଙ୍ଗୀର(ପ୍ରେରଣା ଖବର)-ଓଡିଶାର ପ୍ରଖ୍ୟାତ ଐତିହାସିକ,ଗବେଷକ,ଲିପିତତ୍ୱବିଦ,ସାମ୍ବାଦିକ,ଗାଲ୍ପିକ ତଥା ମହିମାଭକ୍ତ ମହିମାଶ୍ରୀ ଡ.ସଦାନନ୍ଦ ଅଗ୍ରୱାଲ ସନ୍ଥକବିଙ୍କ ଜଣେ ପରମଭକ୍ତ ଥିଲେ । ସେ କେବଳ ଜଣେ ସନ୍ଥଙ୍କର ଭକ୍ତ ନଥିଲେ ବରଂ ନିଜେ ଜଣେ ମାନବବାଦ ବିଚାରାଧାରାର ମଣିଷ ମଧ୍ୟ ଥିଲେ । ସେଥିପାଇଁ ଭୀମଭୋଇଙ୍କ ମାନବବାଦୀ ବାଣୀକୁ ପ୍ରଚାର ପ୍ରସାର କରିପାରୁଥିଲେ । ସେହିପରି ପାଠପଢାରେ କଲେଜ ମାଡିନଥିଲେ ଥିଲେ ମଧ୍ୟ ଲିପିତତ୍ୱ,ଶିଳାଲେଖ,ତାମ୍ରଫଳକର ପାଠୋଦ୍ଧାରରେ ନିଜର ମୌଳିକ ଗବେଷଣାର ପରାକାଷ୍ଠା ଦେଖାଇ ପାରିଥିଲେ । ଅନେକଗୁଡିଏ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ହୋଇ ଏହି ଅଞ୍ଚଳରେ ଶିକ୍ଷାର ବିକାଶରେ ନିଜେ ଜଣେ ଆଲୋକବର୍ତ୍ତିକା ସାଜିଥିଲେ । ନବେ ଦଶକରେ ରକତ ଭଳି ଡ୍ରାମା ଲେଖି ସାମ୍ପଦାୟୀକ ସଦଭାବ ପ୍ରଦର୍ଶନ ପାଇଁ ଦେଶବାସୀଙ୍କୁ ଆହ୍ୱାନ ଦେଇଥିଲେ ବୋଲି ଆଜି ଡ.ସଦାନନ୍ଦ ଅଗ୍ରୱାଲଙ୍କ ୬ଷ୍ଠ ଶ୍ରାଦ୍ଧବାର୍ଷିର୍କରେ ଅତିଥିଗଣ ମତବ୍ୟକ୍ତ କରିଥିଲେ ।

ସଦାନନ୍ଦ ଅଗ୍ରୱାଲ ସ୍ୱର୍ଗତ ଡ.ହରେକୃଷ୍ଣ ମହତାବ,ଡ.ନବୀନକୁମାର ସାହୁଙ୍କ ଭଳି ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଐତିହାସିକ ଗବେଷଣା କରିଥିଲେ ।  ମହର୍ଷିବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟଠାରେ ମହାବିଦ୍ୟାଳୟ ଓ ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ତରଭା ବ୍ଲକର ଅଧ୍ୟକ୍ଷ ସରୋଜକୁମାର କମ୍ପ,ସମ୍ମାନୀତ ଅତିଥି ଭାବରେ ଭୀମଭୋଇ ସମାଧିପୀଠଟ୍ରଷ୍ଟର ମେନେଜିଂଟ୍ରଷ୍ଟି ଛତ୍ରଧାରୀ ଅଗ୍ରୱାଲ,କଲେଜ ପରିଚାଳନାକମିଟିର ନାରାୟଣ ଝାଙ୍କର,ଡିଗ୍ରୀମହାବିଦ୍ୟାଳୟର ଅଧ୍ୟକ୍ଷ ସଚିଦାନନ୍ଦ ରଥ ଓ ମୁଖ୍ୟବକ୍ତା ଭାବରେ ଓଟିଭିର ପଶ୍ଚିମଓଡିଶା ବ୍ୟୁରୋଚିଫ ବରିଷ୍ଠ ସାମ୍ବାଦିକ ମନୋରଂଜନ ଯୋଷୀ ଯୋଗଦେଇଥିଲେ । ଏମବିଆର ଡିଗ୍ରୀ ମହାବିଦ୍ୟାଳୟର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡାଙ୍କ ସଭାପତିତ୍ୱ ଓ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟିର ସିଦ୍ଧାର୍ଥ ଅଗ୍ରୱାଲ ଅତିଥିଗଣଙ୍କୁ ସ୍ୱାଗତ କରିବା ସହିତ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବର୍ଣ୍ଣନା କରିଥିଲେ । ଏହି ଅବସରରେ  ସ୍ୱର୍ଗତ ଅଗ୍ରୱାଲଙ୍କ ଲିଖିତ ସୋନପୁର ଇତିହାସ(ଦ୍ୱିତୀୟଖଣ୍ଡର ଦ୍ୱିତୀୟସଂସ୍କରଣ)କୁ ଅତିଥିଗଣ ଉନ୍ମୋଚନ କରିଥିଲେ । ଗବେଷଣାଲବ୍ଧ ଏହି ପୁସ୍ତକର ପ୍ରଥମ ସଂସ୍କରଣ  ୧୯୮୮-୮୯ ମସିହାରେ ପ୍ରକାଶିତ ହୋଇଥିଲା । ସୋନପୁର ତଥା ଓଡିଶା ଇତିହାସର ଗବେଷଣାରେ ଏହି ପୁସ୍ତକର ଗୁରୁତ୍ୱ ଯଥେଷ୍ଟ ରହିଛି । ତେଣୁ ଆଜି ମଧ୍ୟ ଇତିହାସର ଛାତ୍ରଛାତ୍ରୀ ଓ ଗବେଷକଙ୍କ ପାଖରେ ଏହି ପୁସ୍ତକର ଚାହିଦା ରହିଛି । ତେଣୁ ଏହାର ଦ୍ୱିତୀୟ ସଂସ୍କରଣ ପ୍ରକାଶିତ କରାଯାଇଛି ବୋଲି ସିଦ୍ଧାର୍ଥ ଅଗ୍ରୱାଲ ସୂଚନା ଦେଇଥିଲେ । ଗତ କିଛିଦିନ ତଳେ ଓଟିଭିର ପଶ୍ଚିମଓଡିଶା ବ୍ୟୁରୋଚିଫ ମନରଂଜନ ଯୋଷୀଙ୍କୁ ନୂଆଦିଲ୍ଲୀଠାରେ ପଲ୍ଲିବାଣୀ ମିଶନ ତରଫରୁ ଓଡିଶା ଜଣ୍ଣାଲିଜମ ଆୱାର୍ଡ ଦିଆଯାଇଥିଲା ।

ସେଥିପାଇଁ ଆଜିର ଏହି କାର୍ଯ୍ୟକ୍ରମରେ ସାମ୍ବାଦିକ ଶ୍ରୀ ଯୋଷୀଙ୍କୁ ଉପଢୌକନ ଓ ମାନପତ୍ରଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ । ସେହିପରି ସ୍ୱର୍ଗତ ଡ.ଅଗ୍ରୱାଲଙ୍କ ଶ୍ରାଦ୍ଧଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହୋଇଥିଲା । ଏଥିରେ ମୋଟ ୨୪ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା । ସୋନପୁର ରକ୍ତଭଣ୍ଡାରର କର୍ମଚାରୀମାନେ ଆସି ଏହି ଶିବିରକୁ ପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଚୈତନ୍ୟ ବାରିକ,ପଦ୍ମନାଭ ମଲ୍ଲିକ,ପୂର୍ବତନ ସରପଞ୍ଚ ହୃଷିକେଶ ପାତ୍ର,ମହାଦେବ ଜେନା,ସବ୍ୟସାଚୀ ଦଣ୍ଡସେନା,ରାମଚନ୍ଦ୍ର ପୂଜାହାରୀ,ନରସିଂହ ପଣ୍ଡା,ଟିକୁ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ କଲେଜର ଅଧ୍ୟାପକ ମଧୁମଙ୍ଗଳ ଖମାରୀ,ଉମାକାନ୍ତ ନାଗ,ବିକାଶ ଝାଙ୍କର,ଅଧ୍ୟାପିକା ରୋଜି ମାହାଣା,ପୂର୍ଣ୍ଣିମା ମହାପାତ୍ର,କର୍ମଚାରୀଙ୍କ ମଧ୍ୟରେ ମହେଶ୍ୱତା ପଣ୍ଡା,ଧିରେନ୍ଦ୍ର ଝାଙ୍କର,ସଂଜୀବ ପଣ୍ଡା,ଅମିତ ସା,ରିଙ୍କୁ ମହାକୁରଙ୍କ ସହ ସ୍ଥାନୀୟ ବ୍ୟକ୍ତିବିଶେଷ ସହଯୋଗ କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୋଗାଣ ସହାୟକ ଙ୍କ ଦାବି ପୁରଣ କରନ୍ତୁ ସରକାର - ନରସିଂହ   27-Sep-2026
  ଜିଲ୍ଲା  
ଦୀପକ ଦାସ ମୃତ୍ୟୁ ଘଟଣାରେ ଜଡିତ ଅପରାଧୀଙ୍କୁ ଗିରଫ କେବେ ? : କଂଗ୍ରେସ   27-Sep-2026
  ଜିଲ୍ଲା  
ମହାସମାରୋହରେ ହିନ୍ଦୀ ଦିବସ ପାଳିତ ‘ହିନ୍ଦୀ ହେଉ ହୃଦୟର ଭାଷା’: ମୁଖ୍ୟ ଅତିଥି   27-Sep-2026
  ଜିଲ୍ଲା  
*ସାହାଣୀ କଫ ଫୁଟବଲ ଚତୁର୍ଥ ଦିବସ ପ୍ରଥମ ମ୍ୟାଚ ରେ ବରଗଡ଼ ଦଳ ୭-୧ ରେ ବିଜୟୀ ଓ ଦ୍ୱିତୀୟ ମ୍ୟାଚ ରେ ସୋନପୁର ଦଳ ୩-୧ ଗୋଲ ରେ ଵିଜୟୀ*-   26-Sep-2026
  ଜିଲ୍ଲା  
ଶିକ୍ଷକ ଅଭାବ,ସ୍କୁଇଲରେ ତାଲା ପକାଇ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ   26-Sep-2026
୯.୨୪ କୋଟି ଟଙ୍କାର ସରକାରୀ ଅର୍ଥ ହେରଫେର ଆର୍‌ଆଣ୍ଡ୍‌ ବି ଡିଭିଜନ୍‌-୧ର ସେକ୍ସନ ଅଫିସର ଓ ଜୁନିୟର ଆସିଷ୍ଟାଣ୍ଟଙ୍କୁ ଭିଜିଲାନ୍ସର ଗିରଫ   26-Sep-2026
  ଜିଲ୍ଲା  
ନମାମି ଭାରତମ୍ କାର୍ଯ୍ୟକ୍ରମ   26-Sep-2026
  ଜିଲ୍ଲା  
ପିତୃପକ୍ଷ ଅବସରରେ ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଭୋଜନ ସେବା - ସେବା ହିଁ ସବୁଠାରୁ ବଡ଼ ଧର୍ମ   26-Sep-2026
  ଜିଲ୍ଲା  
ବରପାଲିରେ ପାରମ୍ପରିକ ଅନନ୍ତ ନାରାୟଣ ପୂଜା ଅନୁଷ୍ଠିତ   26-Sep-2026
  ଜିଲ୍ଲା  
କୁର୍ଶୁଡ ଗ୍ରାମ ପଞ୍ଚାୟତ ଦ୍ଵାରା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Sep-2026
  ଜିଲ୍ଲା  
ବିରିସଲା ମନ୍ଦର ନିକଟରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର   26-Sep-2026
  ଜିଲ୍ଲା  
ସାହାଣୀ କପ୍ ଫୁଟବଲ୍ ତୃତୀୟ ଦିଵସ ପ୍ରଥମ ମ୍ୟାଚ୍ କଟକ ଦଳ ୬-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ଖୋର୍ଦ୍ଧା ଦଳ ୯-୨ .ଗୋଲ ରେ ଵିଜୟୀ   26-Sep-2026

You Might Also Like