-+91-9937148622 |
prerana_bgr@rediffmail.com |
Friday 15th May 2026 |
R.N.I. Regd No. ODIODI/2010/46693
Breaking News
12-Dec-2020
ଲୋଇସିଂହା, (ବିନୋଦ କୁମାର ଦୀପ): କରୋନା କଟକଣା ଯୋଗୁଁ ଅଟକି ରହିଥିବା ଲୋଇସିଂହା ଓକିଲ ସଂଘ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଇନଜୀବୀ ରାଜକିଶୋର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସହମତି ଭିତ୍ତିରେ ସମସ୍ତ କର୍ମକର୍ତ୍ତା ମନୋନୀତ ହୋଇଥିଲେ । ୨୦୨୦-୨୧ ବର୍ଷ ପାଇଁ ସଭାପତି ଭାବେ ରାଜେଶ ବାବୁ, ଉପ ସଭାପତି-ପ୍ରଦୀପ ତ୍ରିପାଠୀ, ସମ୍ପାଦକ-ରାଜେନ୍ଦ୍ର ନାଏକ, ସହ ସମ୍ପାଦକ-ଗୌରୀଶଙ୍କର ସାହୁ ଓ କୋଷାଧ୍ୟକ୍ଷ ଭାବେ ଶୁଭେନ୍ଦୁ ସାହୁ ମନୋନୀତ ହୋଇଥିଲେ । ଏଥିସହିତ କାର୍ଯ୍ୟକାରୀ କମିଟି ସଦସ୍ୟ ଭାବେ ଦିଲୀପ ବେହେରା, କ୍ଷେତ୍ରପାଳ ସାହୁ, ରାଜକିଶୋର ମିଶ୍ର, ପ୍ରଶାନ୍ତ ବେହେରା, ଅଶୋକ ସାହୁ, ଶଶାଙ୍କ ଶେଖର ଭୋଇ ଏବଂ ଉପଦେଷ୍ଟା କମିଟିର ସଦସ୍ୟ ଭାବେ ଲକ୍ଷ୍ମୀନାରାୟଣ ମିଶ୍ର ଓ ସୁବ୍ରତ ନାୟକ ମନୋନୀତ ହୋଇଥିଲେ । ଲକ୍ଷ୍ମୀନାରାୟଣ ମିଶ୍ର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିବା ବେଳେ ସମ୍ପାଦକ ରାଜେନ୍ଦ୍ର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ନୂତନ କର୍ମକାର୍ତ୍ତାଙ୍କୁ ବଲାଂଗୀର ଜିଲ୍ଲା ପେଷାଦାର ସାମ୍ବାଦିକ ସଙ୍ଘ ସଭାପତି ଆନନ୍ଦ ଚନ୍ଦ୍ର ସାହୁ ଓ ସାଧାରଣ ସମ୍ପାଦକ ବିମଳେନ୍ଦୁ ସାହୁ ଅଭିନନ୍ଦନ ଜଣାଇଛନ୍ତି ।