-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
26-Jul-2023
ନୂଆପଡ଼ା: ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବିଜାଖମନ୍ ନିକଟସ୍ଥ ବୀରୁନ ପଦର ଗ୍ରାମରେ ମଣିଷ ଖିଆ ଭାଲୁ ର ଆତଙ୍କ ଖେଳାଇଥିବା ବେଲେ ଭାଲୁ ଆକ୍ରମଣ ରେ ବାପାଙ୍କ ମୃତ୍ୟୁ ପୁଅ ଗୁରୁତର ଆହତ ହୋଇଥିଲେ। ପରେ ପେଟ୍ରୋଲଲିଙ୍ଗ ବେଳେ ବନ କ୍ରଂଚାରୀଙ୍କୁ ଆକ୍ରମଣ କରିଥିଲା। ବନ କର୍ମଚାରୀ ମୃତ୍ୟୁ ହୋଇଥିଲା। ସୁରକ୍ଷା ବ୍ୟବସ୍ଥା ରେ ପ୍ରଶାସନ ଆଗେଇ ଆସିଛନ୍ତି। ଭାଲୁ ଦୁଇ ଜୀବନ ନେଇଥିବା ବେଳେ ବିଜାଖମନ୍ ଜଙ୍ଗଲରେ ତାର ଜାଳି ଦେଇ ସୁରକ୍ଷା ବ୍ୟବସ୍ଥା ହାତକୁ ନେଇଛନ୍ତି। ସେହିପରି ଗ୍ରାମବାସୀ ଏବଂ ଛାତ୍ର ଛାତ୍ରୀଙ୍କୁ ଶିକ୍ଷା ନେଇ ବସ ସେବା ଯୋଗାଇ ଦିଆଯାଇଛି ବୋଲି ରେଞ୍ଜର ଦେବଦତ୍ତ ସୁତାର ପ୍ରକାଶ କରିଛନ୍ତି। ଭାଲୁକୁ ଗ୍ରାମବାସୀ ଦେଖିବାକୁ ପାଇଲେ ତୁରନ୍ତ ବନ୍ ବିଭାଗକୁ ସୂଚନା ଦେବା ନେଇ ବନ୍ ବିଭାଗ ପକ୍ଷର ସୂଚନା ଦେଇଛନ୍ତି। (ନୂଆପଡ଼ା ଜିଲ୍ଲାରୁ ବିଶି ଚନ୍ଦନ ମାଝୀ ଙ୍କ ରିପୋର୍ଟ)