-+91-9937148622 |
prerana_bgr@rediffmail.com |
Thursday 2nd July 2026 |
R.N.I. Regd No. ODIODI/2010/46693
Breaking News
23-Jul-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ପତିତ ପାବନ ଏକାଡେମୀ ଠାରେ ମିଲେଟ୍ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ସଭାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢ଼ୀଙ୍କ ସଭାପତିତ୍ବରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ପ୍ରାଣପ୍ରତିଷ୍ଠାତl ସ୍ଵର୍ଗତ ଚକ୍ରଧର ପଣ୍ଡାଙ୍କ ପୁତ୍ରବଧୂ ଶ୍ରୀମତୀ ପଙ୍କଜିନୀ ପଣ୍ଡା ଏକାଧାରରେ ଜଣେ ବିଶିଷ୍ଟ ସମାଜସେବୀ ଓ ନାରୀ ନେତ୍ରୀ ତାଙ୍କର ପ୍ରତ୍ୟକ୍ଷ ତତ୍ବାବଧାନରେ ବକ୍ତୃତା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏହି ପ୍ରତିଯୋଗିତା ଉଭୟ ସିନିୟର୍ ଓ ଜୁନିୟର ବିଭାଗରେ ଆୟୋଜିତ ହୋଇଥିଲା। ସିନିୟର୍ ବିଭାଗରେ ସୁବ୍ରତ ମହାପାତ୍ର (୧୦ମ ଶ୍ରେଣୀ) ପ୍ରଥମ ସ୍ଥାନ ଓ ଆଶୁତୋଷ ମିଶ୍ର (୧୦ମ ଶ୍ରେଣୀ) ଦ୍ଵିତୀୟ ସ୍ଥାନ ଏବଂ ରାଜ୍ କୁମାର୍ ମିଶ୍ର (୯ମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ଜୁନିୟର ବିଭାଗରେ ବାସୁଦେବ ବୈମକେଶ ମିଶ୍ର (୮ମ ଶ୍ରେଣୀ) ପ୍ରଥମ ସ୍ଥାନ ଓ ଆଶିଷ କୁମାର ସାହୁ (୮ମ ଶ୍ରେଣୀ) ଦ୍ୱିତୀୟ ସ୍ଥାନ ଏବଂ ବିପ୍ଳବ ମଲ୍ଲିକ (୮ମ ଶ୍ରେଣୀ) ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୃତ କରାଯାଇଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅନେକ ବିଶିଷ୍ଟ ମହିଳା ସମାଜସେବୀ ଏବଂ ଛାତ୍ରମାନେ ଏହି ସଭାରେ ଯୋଗଦେଇଥିଲେ। ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଝୁନୁଲତା ସାବତ ଧନ୍ୟବାଦ୍ ଅର୍ପଣ କରିଥିଲେ । ପରିଶେଷରେ ପ୍ରଧାନ ଶିକ୍ଷକ ସିନୁ ସୁନ୍ଦର ପାଢୀ ସଭା ସଙ୍ଗ କରିଥିଲେ ।