-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
12-Dec-2020
ନର୍ଲା : (ସଞ୍ଜୀବ ଦାସ)- ୧୧ ଡିସେମ୍ବର ୨୦୨୦ ରେ ସାରା ବିଶ୍ବରେ ଆନ୍ତର୍ଜାତିକ ପର୍ବତାରୋହଣ ଦିବସ ପାଳନ କରାଯାଉଛି। ଏହାକୁ ମିଳିତ ଜାତିସଂଘ ସ୍ୱୀକୃତି ଦେବା ସହିତ ପାହାଡର ସୁରକ୍ଷା ଉଦେଶ୍ଯରେ "ପର୍ବତର ସନ୍ତୁଳନ ପରିବେଶ" କୁ ମୁଖ୍ୟ ବାର୍ତ୍ତା ଭାବରେ ଘୋଷଣା କରାଯାଇଛି। କଳାହାଣ୍ଡି ଜିଲ୍ଲା କେସିଙ୍ଗା ଅନ୍ତର୍ଗତ ଗୁରଜିମୁଣ୍ଡାର ଯୋଗମାୟା ପୀଠ ଠାରୁ ଏଭରେଷ୍ଟ ବିଜେତା ତଥା ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ଯାସ ଭୋଇଙ୍କ ନେତୃତ୍ବରେ ଏବଂ ତାଙ୍କ ସହଯୋଗୀ ଯୁବ ପର୍ବତାରୋହୀ ଧନପତି ବାଗ, ଭାରତୀୟ ସେନା କର୍ମଚାରୀ ଭୂପିନ୍ଦର ଦୀପ, ଯୁବ ଦୁଃସାହସିକ ହିତେଶଙ୍କ ସହଯୋଗରେ ଆନ୍ତର୍ଜାତିକ ପର୍ବତାରୋହଣ ଦିବସ ପ୍ରଥମ ଥର ଭାବରେ କାର୍ଯ୍ୟକ୍ରମ କରାଯାଇଥିଲା। ଆଜି ଦିନ ୧୦ଘ. ସମୟରେ ନୂତନଭାବେ ଯୋଗଦାନ କରିଥିବା କେସିଙ୍ଗା ଏସଡିପିଓ ଏସ୍ ସୁଶ୍ରୀ,(ଆଇ.ପି.ଏସ୍) ଯୋଗମାୟା ପୀଠରୁ ଶୁଭାରମ୍ଭ କରି ନିଜେ ମଧ୍ୟ ପର୍ବତାରୋହଣରେ ସାମିଲ ହୋଇଥିଲେ । ପର୍ବତାରୋହୀ ମାନେ ହାରାହାରି ୧୪୦୦ ଫୁଟ ଉଚ୍ଚତା ବିଶିଷ୍ଟ ବିରୁ ପାହାଡକୁ ଦୀର୍ଘ ୪ ରୁ ୫ ଘଣ୍ଟା ସମୟ ମଧ୍ୟରେ ଆରୋହଣ କରିଥିଲେ। ପାହାଡର ଶୀର୍ଷରେ ସମସ୍ତେ ପହଞ୍ଚି ଆନ୍ତର୍ଜାତିକ ପର୍ବତାରୋହଣ ଦିବସ ପାଳନ କରିବା ସହିତ ପାହାଡ, ପର୍ବତ ତଥା ତାହାର ପରିବେଶ ସୁରକ୍ଷା ପାଇଁ ସମସ୍ତ ମାନବ ଜାତିଙ୍କୁ ନିବେଦନ କରିଛନ୍ତି। ଏହି ପର୍ବତାରୋହଣରେ ଯୋଗମାୟା ପୀଠର ମୋତିରାମ ବଗର୍ତ୍ତୀ,କଳ୍ପନା ବାଗ ତଥା ଦୁଇଜଣ ପୋଲିସ କର୍ମଚାରୀ ମଧ୍ୟ ଭାଗ ନେଇଥିଲେ। କଳାହାଣ୍ଡି ଜିଲ୍ଲା ଆରକ୍ଷୀ ଅଧୀକାରୀ ବାତୁଲା ଗଙ୍ଗାଧର, (ଆଇ.ପି.ଏସ୍) ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ସହଯୋଗ କରିଥିଲେ। ଆଗାମୀ ଦିନରେ ଦୁଃସାହସିକ ପର୍ଯ୍ୟଟନର ବିକାଶ ଦିଗରେ ସଂପୂର୍ଣ୍ଣ କାର୍ଯ୍ୟ କରିବେ ବୋଲି ଏଭରେଷ୍ଟ ବିଜେତା ଶ୍ରୀ ଭୋଇ ଓ ତାଙ୍କର ଟିମ୍ ଦୃଢତାର ସହିତ ପ୍ରକାଶ କରି ରାଜ୍ୟ ସରକାରଙ୍କ ସହଯୋଗ ପାଇଁ ଦୃଷ୍ଟି ଆକର୍ଷଣ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ସୂଚାରୁରୂପେ ପାଳନ ହୋଇଥିବାରୁ ଯୋଗମାୟା ପୀଠର କର୍ମକର୍ତ୍ତା ଏବଂ କେସିଙ୍ଗା ପୋଲିସ ପ୍ରଶାସନକୁ ପର୍ବତାରୋହୀ ଦଳ ଧନ୍ୟବାଦ ଜ୍ଞାପନ କରିଛନ୍ତି।