-+91-9937148622 |
prerana_bgr@rediffmail.com |
Thursday 9th July 2026 |
R.N.I. Regd No. ODIODI/2010/46693
Breaking News
17-Jul-2023
ଟିଟିଲାଗଡ(ସନ୍ତୋଷ କୁମାର ନାଏକ ): ଟିଟିଲାଗଡ ଥାନା ଅନ୍ତର୍ଗତ ଗୁଞ୍ଜିତରା ଗ୍ରାମ ରେ ସାପ କାମୁଡ଼ା ରେ ଜଣେ ମହିଳା ଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ଜଣାଯାଇଛି । ପ୍ରକାଶ ଯେ, ଦହିମତି ସାହୁ (ବ-୫୯) ନାମ୍ନୀ ଜଣେ ମହିଳା ସକାଳ ପ୍ରାୟ ୭ ଘଣ୍ଟା ସମୟ ରେ ଘରୁ ବାହାରକୁ ନିଜ ଇଟା ରଖା ଯାଇଥିବା ଜାଗା କୁ ଯାଇଥିବା ବେଳେ ଏକ ବିଷ ଧରସାପ ଚୋଟ ମାରି କାମୁଡି ଦେଇ ଥିଲା । ଟିଟିଲାଗଡ ଉପଖଣ୍ଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପରିବାର ଲୋକେ ଭର୍ତ୍ତି କରିଥିଲେ। ଚିକିତ୍ସାଧୀନ ଅବସ୍ଥା ରେ ଉକ୍ତ ମହିଳା ଙ୍କ ମୃତ୍ୟୁ ଘଟିଛି । ଏ ନେଇ ପୋଲିସ୍ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଥିବା ବେଳେ ଅସ୍ତ୍ରୋପଚାର ପରେ ଶବ ହସ୍ତାନ୍ତର କରାଯିବା ପ୍ରକାଶ ପାଇଛି ।