-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ    (26-Sep-2026)       ||      ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||     

HOME   ମହାନଗର

ବଲାଙ୍ଗୀର ଜିଲ୍ଲାରେ ଲେବେଳ ଥାର୍ଡ କୁ ପଦୋନ୍ନତି ପାଇଲେ ସନ୍ଦେହାନ ଜାଲ ସାର୍ଟିଫିକେଟଧାରୀ ଶିକ୍ଷକ

15-Jul-2023



ବଲାଙ୍ଗୀର(ମହେନ୍ଦ୍ର ଦର୍ଜି ଙ୍କ ରିପୋର୍ଟ )- ଗତ ତା.୪.୭.୨୦୨୩ ରେ ଜିଲ୍ଲା ପ୍ରମୋସନ୍ କମିଟି ଦ୍ବାରା ବଲାଙ୍ଗୀର ଜିଲ୍ଲାରେ ଥିବା ଚତୁର୍ଥ ବର୍ଗ ର ପ୍ରାଥମିକ ଶିକ୍ଷକ ମାନଙ୍କୁ ତୃତୀୟ ବର୍ଗ କୁ ପଦୋନ୍ନତି ଦିଆଯାଇଛି । ଏହି କ୍ରମରେ ସ୍ଥାନୀୟ ପୃଥିରାଜ୍ ହାଇସ୍କୁଲ ଠାରେ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କ ଅଧ୍ୟକ୍ଷତା ରେ କାଉନସେଲିଂ ହୋଇଥିଲା ।ଏହା ପୂର୍ବରୁ ପ୍ରକାଶିତ ଗ୍ରେଡେସନ୍ ତାଲିକା ରେ ସନ୍ଦେହାନ ଜାଲ ସାର୍ଟିଫିକେଟ ଧାରୀ ପ୍ରାର୍ଥୀମାନଙ୍କ ନାମ ଅନ୍ତର୍ଭୁକ୍ତ ଥିଲା ।ବିଶ୍ଵସ୍ତ ସୂତ୍ରରୁ ଜଣାପଡେ ଯେ ସଇଁତଳା ବିଇଓ ଙ୍କ ଅଧୀନରେ ଚାକିରି କରୁଥିବା କିଛି ସନ୍ଦେହ ଜାଲ ସାର୍ଟିଫିକେଟ ଧାରୀ ଙ୍କ ବିଷୟରେ ପତ୍ର ସଂଖ୍ୟା ୭୦୯ ତା. ୨୮.୩.୨୦୨୩ ରେ ଡିଇଓ ଙ୍କୁ ଅବଗତ କରାଇ ତାର ଏକ ନକଲ ନିର୍ଦ୍ଦେଶକ ପ୍ରାଥମିକ ଶିକ୍ଷା ଙ୍କ ଅବଗତି ନିମନ୍ତେ ପ୍ରେରଣ କରିଥିଲେ।କିନ୍ତୁ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିଶ ( ଡିଇଓ) ଉକ୍ତ ସୂଚନା ପ୍ରାପ୍ତ ହୋଇ ମଧ୍ୟ ସନ୍ଦେହ ତାଲିକାଭୁକ୍ତ ଶ୍ରୀଯୁକ୍ତ ବିଜୟ କୁମାର ମଲ୍ଲିକ ଙ୍କୁ କାଉନସେଲିଂ କରି ପଦୋନ୍ନତି ଦେଇଛନ୍ତି ।ରାଜ୍ୟ ଶିକ୍ଷା ବିଭାଗ ବାରମ୍ବାର ସନ୍ଦେହ ଜାଲ ସାର୍ଟିଫିକେଟ ଧାରୀ ଙ୍କ ସାର୍ଟିଫିକେଟ ର ସତ୍ୟାସତ୍ୟ ଅନୁସନ୍ଧାନ ପୂର୍ବକ ଆଇନ ଅନୁଯାୟୀ ସେମାନଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସୁଦ୍ଧା କେଉଁ କାରଣରୁ ଡିଇଓ ନିର୍ଦ୍ଦେଶକ ଙ୍କ ଆଦେଶ କୁ ଅବମାନନା କଲେ ଜଣାପଡ଼ି ନାହିଁ।ଅପରପକ୍ଷେ ସଇଁତଳା ବିଇଓ ଶିକ୍ଷା ନିର୍ଦ୍ଦେଶକ ଙ୍କ ଆଦେଶ କୁ ଗୁରୁତ୍ଵ ଦେଇ ତାଙ୍କ ଅଧୀନରେ କାର୍ଯ୍ୟରତ ତିନି ଜଣ ପ୍ରାଥମିକ ଶିକ୍ଷକ ପ୍ରତାପ କୁମାର ନନ୍ଦ,ନିରଞ୍ଜନ ମାଝୀ ଏବଂ ବିଜୟ କୁମାର ମଲ୍ଲିକ ଙ୍କୁ ସନ୍ଦେହ ପରିସରଭୁକ୍ତ କରି ଡିଇଓ ଏବଂ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ଙ୍କୁ ପତ୍ର ମାଧ୍ୟମରେ ସୂଚାଇ ଦେଇଥିବା ତାଙ୍କ ପତ୍ର ସଂଖ୍ୟା ୭୦୯ ରୁ ଜଣା ପଡ଼ିଛି।କିନ୍ତୁ ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିଶ ନିର୍ଦ୍ଦେଶକ ଙ୍କ ଆଦେଶ କୁ ଅବମାନନା କରି ବିଜୟ ମଲ୍ଲିକ ଙ୍କୁ ଚତୁର୍ଥ ବର୍ଗ ରୁ ପଦୋନ୍ନତି ଦେଇଥିବା ଜଣାପଡିଛି ।ବର୍ତ୍ତମାନ ବିଜୟ ମଲ୍ଲିକ ପଦୋନ୍ନତି ପାଇ ତୃତୀୟ ବର୍ଗ ରେ ଝରବାହାଲି ପ୍ରୋଜେକ୍ଟ ୟୁପି ସ୍କୁଲ୍ ରେ ଯୋଗ ଦେଇଛନ୍ତି । ଡିଇଓ ଙ୍କ ଏଭଳି ମେରିମର୍ଜି ଶାସନ ଜନସାଧାରଣରେ ଚର୍ଚ୍ଚା ହେଉଛି।ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରା ଜାଣିଶୁଣି ଏପରି କାର୍ଯ୍ୟ କରିଥିବା ଲୋକେ ଆଲୋଚନା କରୁଛନ୍ତି । ଏ ସମ୍ପର୍କରେ ଜାଣିବା ପାଇଁ ଡିଇଓ ଙ୍କୁ ଯୋଗାଯୋଗ କରିବାରୁ ଶ୍ରୀଯୁକ୍ତ ବେହେରା ଫୋନ୍ ଉଠାଇ ନ ଥିଲେ ।ପ୍ରକାଶ ଥାଉ କି ଶ୍ରୀ ପ୍ରତାପ କୁମାର ନନ୍ଦ,ଶ୍ରୀ ନିରଞ୍ଜନ ମାଝୀ ଏବଂ ବିଜୟ କୁମାର ମଲ୍ଲିକ କାମରାଜ ମଦୁରାଇ ବିଶ୍ଵ ବିଦ୍ୟାଳୟ ରୁ ଉଚ୍ଚ ଶିକ୍ଷା ର ସାର୍ଟିଫିକେଟ ପ୍ରାପ୍ତ କରିଛନ୍ତି ଯାହାକି ସନ୍ଦେହର ପରିସରଭୁକ୍ତ ।ଏହି ତିନି ଜଣଙ୍କ ସାର୍ଟିଫିକେଟ ର ସତ୍ୟାସତ୍ୟ ଅନୁସନ୍ଧାନ ବିନା ସେମାନଙ୍କ ସର୍ଭିସ୍ ବୁକ୍ ରେ ରାଜ୍ୟ ବାହାରୁ ପାଇଥିବା ଶିକ୍ଷାଗତ ଯୋଗ୍ୟତା ପ୍ରଦର୍ଶିତ ହୋଇଛି ।ଗ୍ରେଡେସନ୍ ଲିଷ୍ଟ ରେ ପ୍ରତାପ ନନ୍ଦ ଏବଂ ବିଜୟ କୁମାର ମଲ୍ଲିକ ଙ୍କ ନାମ ତାଲିକାଭୁକ୍ତ ଥିବା ବେଳେ ନିରଞ୍ଜନ ମାଝୀ ଙ୍କ ନାମ ଏହି ତାଲିକାରେ ନ ଥିବା ଦେଖିବାକୁ ମିଳିଛି।ପ୍ରତାପ ନନ୍ଦ ଙ୍କ ନାମ ପ୍ରମୋସନ୍ ର ସିଲେକ୍ସନ୍ ଲିଷ୍ଟ ରେ ଥିଲା । କାଉନସେଲିଂ ସମୟରେ ଅଫିସିଆଲ୍ ମାନଙ୍କୁ ଅସଦାଚରଣ ପ୍ରଦର୍ଶନ କରିଥିବାରୁ ଡିଇଓ ଙ୍କ ନିର୍ଦ୍ଦେଶ କ୍ରମେ ସଇଁତଳା ବିଇଓ ତାଙ୍କୁ ନିଲମ୍ବନ କରିଥିବାରୁ ପ୍ରମୋସନ୍ ଲିଷ୍ଟ ରୁ ବାଦ୍ ଦିଆଯାଇଥିବା ବିଶ୍ଵସ୍ତ ସୂତ୍ରରୁ ଜଣାପଡିଛି। ଡିଇଓ ମହାଶୟ ଜାଣି ଅଜଣା ନୀତିରେ ଆଖିବୁଜା ସନ୍ଦେହ ଜାଲ ସାର୍ଟିଫିକେଟ ଧାରୀ ଙ୍କୁ ପଦୋନ୍ନତି ଦେଇଛନ୍ତି । ଶିକ୍ଷା ବିଭାଗ ର ଏତାଦୃଶ କାର୍ଯ୍ୟରେ ଜନସାଧାରଣ ଶଙ୍କିତ ।ବିଇଓ ସଇଁତଳା ଙ୍କ ସହ ଯୋଗାଯୋଗ କରାଯାଇଥିଲା।ସେ ଉତ୍ତରରେ ଏ ସମସ୍ତ ସାର୍ଟିଫିକେଟ ର ସତ୍ୟାସତ୍ୟ ସମ୍ପର୍କରେ ଜାଣିବା ପାଇଁ ସଂପୃକ୍ତ ବିଶ୍ଵ ବିଦ୍ୟାଳୟ କୁ ପତ୍ର ପ୍ରେରଣ କରିଥିବା କହିଥିଲେ ।ମାତ୍ର ସାର୍ଟିଫିକେଟ ର ସତ୍ୟାସତ୍ୟ ସମ୍ପର୍କିତ କୌଣସି ବିବରଣୀ ଆଜି ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟାଳୟ କୁ ଆସି ନ ଥିବା କହିଥିଲେ ।ଏଠାରେ ପ୍ରଶ୍ନ ଉଠେ ଯଦି ସାର୍ଟିଫିକେଟ ର ସତ୍ୟାସତ୍ୟ ଜଣା ପଡ଼ିନାହିଁ ତାହେଲେ ସେମାନଙ୍କ ସକାଶେ ଗୋଟିଏ ଲେଖାଏଁ ପଦବୀ ସ୍ଥଗିତ  ରଖିଥିଲେ ଉଚିତ୍ ହୋଇଥାନ୍ତା ବୋଲି ଜନସାଧାରଣରେ ମତ ପ୍ରକାଶ ପାଇଛି।ମାତ୍ର ତାହା ନ କରି ଜାଣିଶୁଣି ବିଜୟ କୁମାର ମଲ୍ଲିକ ଙ୍କୁ ପଦୋନ୍ନତି ଦିଆଯାଇଛି ।ବଲାଙ୍ଗୀର ଜିଲ୍ଲା ଶିକ୍ଷାଧିଶ ଧ୍ରୁବ ଚରଣ ବେହେରା ରାଜନେତା ଏବଂ ଜିଲ୍ଲାପାଳ ଙ୍କ ଛତ୍ର ଛାୟା ରେ ରହି ଏପରି ମନୋମୁଖୀ କାର୍ଯ୍ୟ କଲାପ ଚଳାଇଛନ୍ତି ବୋଲି ଚର୍ଚ୍ଚା ହେଉଛି।ଏଣୁ ଉପରୋକ୍ତ ବିଷୟ ଉପରେ ଅନୁସନ୍ଧାନ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜନ ସାଧାରଣ ମତ ପୋଷଣ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭକ୍ତିମୟ ପରିବେଶ, କଣ୍ଟାମାଳରେ ବ୍ରହ୍ମ ସମାଜର ଅନ୍ତଃମୁଖୀ ମହାଯଜ୍ଞ   26-Sep-2026
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026

You Might Also Like