-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ବ୍ରହ୍ମପୁର ,(ପ୍ରେରଣା ଖବର): କେନ୍ଦ୍ର ସରକାରଙ୍କ ୩ କଳା ଆଇନ ବିରୋଧରେ ଜନ ସମଥନ ପାଇଁ ଗଂଜାମ ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମୀଳନି ଅନୁଷ୍ଠିତ ହୋଇଯାଇଛି.ଜିଲ୍ଲା କଂଗ୍ରେସ କମିଟି କାଯ୍ଯାଳୟ ବାପୁଜୀ ଆଶ୍ରମରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନିରେ ଓଡିଶା ପ୍ରଦେଶ କିଷାନ କଂଗ୍ରେସ ର ଅଧ୍ଯକ୍ଷ ଅମୀୟ ପଟ୍ଟନାୟକ ଓ ବ୍ରହ୍ମପୁର ଲୋକସଭା ପ୍ରାଥି ୱି.ଚନ୍ଦ୍ରଶେଖର ନାଇଡୁ ଏଥିରେ ଯୋଗଦେଇ କୃଷକ ଆନ୍ଦୋଳନ ସଂପକରେ ସୂଚନା ଦେଇଥିଲେ.ଆସନ୍ତା ଡିସେମ୍ବର ୧୪ ତାରିଖ ପ୍ରତ୍ଯେକ ଜିଲ୍ଲାରେ ହେବାକୁ ଥିବା ବିକ୍ଷୋଭ କାଯ୍ଯକ୍ରମକୁ ସଫଳ କରିବାକୁ ସମସ୍ତକୁଂ ନିବେଦନ କରିଥିଲେ.କେନ୍ଦ୍ରର ୩ଟି କଳା କୃଷି ଆଇନକୁ ପ୍ରତ୍ଯାହାର କରିବା ସହ ରାଜ୍ଯ ସରକାର ବତ୍ତମାନର ସବନିମ୍ନ ସହାୟକ ମୂଲ୍ଯ ସହ ଅତିରିକ୍ତ ୫ଶହ ଟଂକା ବୋନସ ପ୍ରଦାନ ପାଇଁ ଦାବୀ କରାଯାଇଛି.ଏହା ସହ ଆସନ୍ତା ଡିସେମ୍ବର ୧୫ ରୁ ଗଂଜାମ ଜିଲ୍ଲାରେ ମଣ୍ଡି ଖୋଲିବାକୁ ବି ଦାବୀ କରାଯାଇଛି.ଦେଶର ଜିଡିପି ବୃଦ୍ଦିରେ କୃଷକ ମାନଂକର ମୂଖ୍ଯ ଭୂମିକା ଥିବା ବେଳେ କୃଷକ ମାନଂକ ପାଇଁ କାହିଁକି ଅବହେଳା ବୋଲି ପ୍ରଶ୍ନ କରାଯାଇଛି.ଏହି କାଯ୍ଯକ୍ରମରେ ଗଂଜାମ ଜିଲ୍ଲା କୃଷକ କଂଗ୍ରେସର ସଭାପତି ବୃନ୍ଦାବନ ଖଟେଇ,ଶିବରାମ ପାତ୍ର,ରାଜ୍ଯ କୃଷକ କଂଗ୍ରେସ ର ସଂପାଦକ ପଦ୍ମ ସାହୁ,ସାଇ ପାତ୍ର,ସୁବାଷ ରାଉତ,ତଥସତ ସୁବୁଦ୍ଦି,ବିଜୟରାଜ