-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗ୍ରାମର ଡାଇମଣ୍ଡ ମେହେର ନିଆର ତଙ୍ଗରେ ୩୦ ତମ ଜନ୍ମ ଦିବସ ପାଳନ କରୁଥିବା ଦେଖିବାକୁ ମିଳିଛି। ସକାଳୁ ମନ୍ଦିର ଯାଇ ଦେବ ଦର୍ଶନ କରିବା ସହ ଡ଼ାକ୍ତରଖାନାରେ ଜଣେ ରୋଗୀଙ୍କୁ ରକ୍ତ ଦାନ କରିଥିଲେ। ପରେ ବିଭିନ୍ନ ଛୋଟ ଛୋଟ ଛୁଆ ମାନଙ୍କୁ ମିଣ୍ଠାନ ସହ ଖାତା ପେନସିଲ ବଣ୍ଟନ କରିଥିଲେ। ମଧ୍ୟାହ୍ନ ସମୟରେ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ଦେଇଥିଲେ। ଏହି ଅବସରରେ ନିଜ ବନ୍ଧୁ ମାନଙ୍କ ସହ ମହାନଦୀ କୂଳରେ ବୃକ୍ଷ ରୋପଣ କରିଥିଲେ। ଶ୍ରୀ ମେହେର ପ୍ରତ୍ୟେକ ବର୍ଷ ନିଜର ଜନ୍ମ ଦିବସରେ ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ କରୁଥିବା କହିଛନ୍ତି। ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ବ୍ୟବସାୟୀ ରଞ୍ଜନ ମେହେର, ସୁଶାନ୍ତ ମେହେର,ଶୁସିଲ ମେହେର, କୁନା ମେହେର, ବୃନ୍ଦାବନ ମେହେର ଓ ଅନ୍ୟାନ୍ୟ ସାଥୀ ମାନେ ସାମିଲ ହୋଇଥିଲେ।