-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
14-Jul-2023
ବଲାଙ୍ଗୀର(ପ୍ରେରଣା ଖବର ):- ଆଜି ସକାଳୁ ଭଗିରଥି ଛକ ଓମଫେଡ ଚା ଦୋକାନ ପାଖରେ ଗୋଟିଏ ବୁଲା କୁକୁର ପ୍ରାୟ ତିନି ଜଣକୁ କାମୁଡି ଆତଙ୍କ ସୃଷ୍ଟି କରିଛି ।ବଲାଙ୍ଗୀର ପୌର ପରିଷଦ ବୁଲା କୁକୁର ମାନଙ୍କୁ ଧରି ବନ୍ଧ୍ୟାକରଣ କରିବା ପାଇଁ ରାଜ୍ୟ ରାଜକୋଷ ରୁ ଲକ୍ଷାଧିକ ଟଙ୍କା ଆସିଥିଲେ ମଧ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ କାର୍ଯକାରୀ ହୋଇ ପାରିନାହିଁ । ସହରରେ ସହ ସହ ବୁଲା କୁକୁର ଘୁରି ବୁଲୁଥିବା ବେଳେ ବଲାଙ୍ଗୀର ପୌର ପରିଷଦ ର ଦୃଷ୍ଟି ଆଢ଼ୁଆଳରେ ରହି ଯାଉଛି କୁକୁର ର ଦୌରାତ୍ମ୍ୟ ।ରାତି ସମୟରେ ବସଷ୍ଟାଣ୍ଡ କିମ୍ବା ରେଲୱେ ଷ୍ଟେସନ କୁ ଯାଉଥିବା ଏବଂ ଆସୁଥିବା ବ୍ୟକ୍ତି ବିଶେଷ କୁକ୍ରର ମାନଙ୍କ ଆତଙ୍କ ରେ ଅତିଷ୍ଟ ।ବୁଲା କୁକୁରଙ୍କୁ ବଲାଙ୍ଗୀର ପୌର ପରିଷଦ କାବୁ କରିବାରେ ବିଫଳ ହୋଇଛି ।ବୁଲା କୁକୁର ମାନଙ୍କୁ କାବୁ କରିବା ପାଇଁ ଜନସାଧାରଣରେ ଦାବି ହେଉଛି ।