-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ବଲାଙ୍ଗିର- ସ୍ଥାନୀୟ ସଦର ବ୍ଲକ ଅନ୍ତର୍ଗତ ଖଲିଆପାଲି ବଂଶୀଧର ଉଚ୍ଚ ବିଦ୍ୟାଳୟ ପରିସରରେ ବନୋମହୋତ୍ସବ ପାଳନ ପରିପ୍ରେକ୍ଷୀରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁକେଶୀ ତ୍ରିପାଠିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ସରପଂଚ ସୁବାଷିନୀ ଅମାତ, ବ୍ଲକ କଂଗ୍ରେସ ସଭାପତି ରାମ ପ୍ରସାଦ ମିଶ୍ର, ଅଭୟ ଷଡଙ୍ଗି, ଚିତ୍ତ ତ୍ରିପାଠି, ଶିବ ପୋଡ, ମଚିନ୍ଦ୍ର ମହାକୁଡ ପ୍ରମୁଖ ଯୋଗଦେଇ ଶ୍ରୀ ମିଶ୍ରଙ୍କ ସହ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ । ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ଶ୍ରୀ ମିଶ୍ର ବୃକ୍ଷ ହିଁ ଜିବନ କହି ବର୍ତ୍ତମାନ ପରିପ୍ରେକ୍ଷିରେ ଜୀବଜଗତରେ ବୃକ୍ଷର ଉପାଦେୟତା ଉପରେ ସଚେତନତାର ଶିକ୍ଷା ଦେବା ସହ କର୍ମଚାରୀଙ୍କୁ ରୋପଣ କରାଯାଇଥିବା ସମସ୍ତ ଚାରାମାନଙ୍କ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ୟା ଉପରେ ଆଲୋଚନା କରାଯାଇଥିଲା ଏବଂ ପରେ ପରେ ଉପସ୍ଥିତ ଗ୍ରାମବାସୀଙ୍କ ସମସ୍ୟା ଶୁଣିବା ସହ ତାହାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଶ୍ରୀ ମିଶ୍ର ପ୍ରତିଶୃତି ଦେଇଥିଲେ ।