-+91-9937148622 |
prerana_bgr@rediffmail.com |
Monday 13th July 2026 |
R.N.I. Regd No. ODIODI/2010/46693
Breaking News
13-Jul-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ )ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ମହାବିଦ୍ୟାଳୟ ଠାରେ ଗୁରୁବାର ମହାବିଦ୍ୟାଳୟର ୪୩ ତମ ପ୍ରତିଷ୍ଠା ସମାରୋ ଅବସରରେ 'ଓଡିଶା ମୋ ପରିବାର' ଜିବନ ବିନ୍ଦୁ ମିଳିତ ଆନୁକୁଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୦ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା। ଏଥିରେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶୀବିରକୁ ଶୁଭାରମ୍ଭ କରିଥିଲେ। ଜିଲ୍ଲା ଜୀବନ ବିନ୍ଦୁ ସଂଯୋଗ ତଥା ପୂର୍ବତନ ବ୍ଳକ ଅଧ୍ୟକ୍ଷ ରଞ୍ଜିତ କୁମାର ରଥ, କଲେଜ ପରିଚାଳନା କମିଟି ସଭାପତି ତଥା ବିଜୁଜନତା ଦଳ ବ୍ଳକ ସଭାପତି ଶୟମ୍ଭୁନାଥ ଖଣ୍ଡଗିରି, ପୂର୍ବତନ ବ୍ଳକ ଅଧ୍ୟକ୍ଷ ବିବେକାନନ୍ଦ ପଧାନ,ହିଲୁଙ୍ଗ ସମିତି ସଭ୍ୟ ଶୈଳରଞ୍ଜନ ବାଦି, କଲେଜ ଅଧ୍ୟକ୍ଷ ସୁଦାମ ଚରଣ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଏହି ଅବସରରେ ବିଭିନ୍ନ ସ୍ବେଛାସେବୀ କର୍ମୀ ମାନେ ଉତ୍ସାହିତ ସହ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ। ସମସ୍ତ ରକ୍ତ ଦାତା ଙ୍କୁ ଅତିଥି ମାନଙ୍କ ଦ୍ବାରା ମାନ ପତ୍ର ବଣ୍ଟନ କରାଯାଇଥିଲା। ସୁବର୍ଣ୍ଣପୁର ବ୍ଳଡ ବ୍ୟାଙ୍କର କର୍ମଚାରୀ ରକ୍ତ ସଂଗ୍ରହ କାର୍ଯ୍ୟରେ ସହଯୋଗ କରିଥିଲେ।