-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ବଲାଙ୍ଗିର,(ସନ୍ତୋଷ କୁମାର ଠାକୁର)- ଆଜି ସର୍ବଭାରତୀୟ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀ ସଂଘର ଆହ୍ୱାନ କ୍ରମେ ଦେଶର ୧୪ଟି ଷ୍ଟେଟ ବ୍ୟାଙ୍କ ପ୍ରୟୋଜିତ ଗ୍ରାମ୍ୟ ବ୍ୟାଙ୍କରେ ଷ୍ଟେଟ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନମୁଖି ଶାସନ ପ୍ରତିବାଦରେ ସ୍ଥାନୀୟ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ମୁଖ୍ୟ କାର୍ଯ୍ୟାଳୟ ବଲାଙ୍ଗିର ତଥା ଅନ୍ୟାନ୍ୟ ୭ଟି ଆଞ୍ଚଳିକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ମାନବ ସମ୍ବଳ ବିନିଯୋଗ ପାଇଁ ମିତ୍ର କମିଟି ଦ୍ୱାରା ସୁପାରିଶ ଏବଂ ଭାରତ ସରକାରଙ୍କ ଦ୍ୱାରା ଅନୁମୋଦିତ ହୋଇଥିବା ନିୟମ ମୁତାବକ ତୁରନ୍ତ କର୍ମଚାରୀମାନଙ୍କୁ ଚୟନ କରି ବ୍ୟାଙ୍କରେ ନିଯୁକ୍ତି ପ୍ରଦାନ କରିବା, କର୍ମଚାରୀମାନଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ଋଣ ଏବଂ ଏହାର ସୁଧ ହାରକୁ ଷ୍ଟେଟବ୍ୟାଙ୍କ କର୍ମଚାରୀଙ୍କ ସହ ସମାନ ହାରରେ ପରିବର୍ତ୍ତନ କରି ତୁରନ୍ତ ପ୍ରଦାନ କରିବା, ଷ୍ଟେଟ ବ୍ୟାଙ୍କରୁ ଡେପୁଟେସନରେ ଆସି ଗ୍ରାମ୍ୟ ବ୍ୟାଙ୍କ ଉପରେ ଆର୍ଥିକ ବୋଝ ଲଦୁଥିବା ଏବଂ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ପଦୋନ୍ନତିରୁ ଦୂରେଇ ରଖୁଥିବା ସମସ୍ତ ଷ୍ଟେଟ ବ୍ୟାଙ୍କ ଅଫିସରଙ୍କୁ ତୁରନ୍ତ ପ୍ରତ୍ୟାହାର କରିବା,
ଷ୍ଟେଟ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଦାନ କରାଯାଉଥିବା ସମସ୍ତ ସୁବିଧା ସମାନୁପାତିକ ଭାବରେ ଗ୍ରାମ୍ୟ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଦାନ କରିବା, ଗ୍ରାମ୍ୟ ବ୍ୟାଙ୍କ ଗ୍ରାହକମାନଙ୍କୁ ଶୋଷଣ ମୁକ୍ତ କରି ଷ୍ଟେଟ ବ୍ୟାଙ୍କର ବୀମା ଏବଂ ମ୍ୟୁଚୁଆଲ ଫଣ୍ଡ ବ୍ୟବସାୟକୁ ଗ୍ରାମ୍ୟ ବ୍ୟାଙ୍କରେ ତୁରନ୍ତ ବନ୍ଦ କରିବା ଆଦି ଦାବିକୁ ନେଇ କର୍ମଚାରୀ ସଂଘ ସାଧାରଣ ସଂପାଦକ ତଥା ଅଖିଳ ଓଡିଶା ଗ୍ରାମ୍ୟ ବ୍ୟାଙ୍କ ସାଧାରଣ ସଂପାଦକ ପୁଲିନ ମିଶ୍ର, ଅଫିସର ସଂଘ ସାଧାରଣ ସଂପାଦକ ଆଶୁତୋଷ ମିଶ୍ର, ସେବା ନିବୃତ ସଂଘ ସାଧାରଣ ସଂପାଦକ ଯୁଗଲ ପଟେଲଙ୍କ ସମେତ ଶତାଧିକ କର୍ମଚାରୀ ଧାରଣାରେ ୫ ଦଫା ଦାବିପତ୍ର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଅଧ୍ୟକ୍ଷଙ୍କ ଜରିଆରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ର ଚେୟାରମେନଙ୍କ ଉଦ୍ଦେଶ୍ୟରେ ପ୍ରେରଣ କରାଯାଇଥିଲା