-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ବେଲପଡ଼ା (ପୂର୍ଣ ଶଶୀ ଶେଖର ରାଓ ): ପାଟଣାଗଡ଼ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ମାନ୍ୟବର ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଆଜି ଉପଜିଲ୍ଲାପାଳ ଡ଼. ବିଜୟା ନନ୍ଦ ସେଠୀ ଙ୍କ ଉପସ୍ଥିତିରେ ପାଟଣାଗଡ଼ ଉପଖଣ୍ଡର ବ୍ୟାଙ୍କରସ ( ବ୍ୟାଙ୍କ ମ୍ୟାନେଜର )ମାନଙ୍କୁ ନେଇ ସମୀକ୍ଷା ବୈଠକ କରିଛନ୍ତି । ଭୁମୁହୀନ ଓ ଭାଗଚାଷୀ ମାନଙ୍କୁ ବଳରାମ ଯୋଜନାରେ ବ୍ୟାଙ୍କ ଋଣ କେତେ ଜଣ ଙ୍କୁ ଦେଇଛନ୍ତି ସବୁ ବ୍ୟାଙ୍କକୁ ହିସାବ ମାଗିଥିଲେ । ରାଜ୍ୟ ସରକାର ଚାଷୀ ମାନଙ୍କ ପାଇଁ, ଗରିବ ଲୋକମାନଙ୍କ ପାଇଁ ଏତେ ଯୋଜନା ଆରମ୍ଭ କରିଥିଲେ ସୁଦ୍ଧା କାହିଁକି ଲାଭନ୍ବିତ ହେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିଲା ପରେ ମଧ୍ୟ ଏହି ଯୋଜନାରେ ଚାଷୀ ମାନଙ୍କୁ ଋଣ ଦେଇନଥିବାରୁ ଦୁଃଖ ପ୍ରକାଶ କରିଥିଲେ ।
ଯଥା ଶୀଘ୍ର ଚାଷୀ ମାନଙ୍କୁ ବଳରାମ ଯୋଜନାରେ ଋଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଜିର ସମୀକ୍ଷା ବୈଠକରେ ପାଟଣାଗଡ଼ ଉପଖଣ୍ଡ ର ସମସ୍ତ ବ୍ୟାଙ୍କ ରୁ ଅଧିକାରୀ ମାନେ ଯୋଗଦେଇଥିଲେ । ବହୁତ ଜଲଦି ଚାଷୀ ମାନେ ଉପକୃତ ହେବେ ।