-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
10-Nov-2026
ଆଗଲପୁର, (ବିନୋଦ ଦୀପ) ଅଖଣ୍ଡ ଭାରତର ନିର୍ମାତା ତଥା ଭାରତ ର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ପଲ୍ଲିଶ୍ରୀ ପଡ଼ିଆ ଡୁଡୁକା ଠାରେ ୟୁନିଟି ସ୍ପୋର୍ଟସ ଟୁର୍ଣ୍ଣାମେଣ୍ଟ କବାଡି ପଞ୍ଚାୟତ ସମିତି ଆଗଲପୁର ଆନୁକୁଲ୍ୟ ରେ ଆୟୋଜିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ବ୍ଲକ ଅଧ୍ୟକ୍ଷl ଶ୍ରୀମତୀ ଗୀତାଞ୍ଜଳି ଦାସ ମୁଖ୍ୟଅତିଥି ଭାବରେ ଯୋଗଦେଇ କ୍ରୀଡ଼ା ମଶାଲ ରେ ଅଗ୍ନି ସଂଯୋଗ କରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ l ସମ୍ମାନିତ ଅତିଥି ଭାବରେ ଜୋନ ୨ ର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବୀଣାପାଣି ଦାସ, ସାଂସଦ ଙ୍କ ଆଗଲପୁର ପ୍ରତିନିଧି ଉମେଶ ପଟେଲ, ଡୁଡୁକା ସରପଞ୍ଚ ଅଶୋକ ପଟେଲ ଙ୍କ ସମେତ ବିଭିନ୍ନ ପଂଚାୟତ ର ସରପଞ୍ଚ ଯୋଗଦାନ କରିଥିଲେ। ଗୋଷ୍ଠୀ ଉନ୍ନୟନ ଅଧିକାରୀ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏବିଡ଼ିଓ ରୁଦ୍ର ପ୍ରସାଦ ସୁନା , ବିଏଫଓ ଅନୁସୟା ମେହେର ଉପସ୍ଥିତ ଥିଲେ l
୧୮ ଟି ପଞ୍ଚାୟତ ରୁ ୧୮ ଟି ଦଳ ଭାଗ ନେଇଥିଲେ l ସମୁଦାୟ ୧୩ ଗୋଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା l ଶେଷରେ ଭରସୁଜା ଏବଂ ନୁନିଆପଳି ଦଳ ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା l ଏଥିରେ ଭରସୁଜା ଦଳ ବିଜୟୀ ହୋଇ ଦଶ ହଜାର ଟଙ୍କା ନଗଦ ରାଶି ଏବଂ ଟ୍ରଫି ପାଇଥିବା ବେଳେ ନୁନିଆପାଲି ରନର୍ସ ଅପ ହୋଇ ୫ ହଜାର ଟଙ୍କା ପୁରସ୍କାର ପାଇଥିଲେ l ଜିପିଡିଓ ଦେବରାଜ ତାଣ୍ଡି, ଶୁକଦେବ ନାୟକ ସବୁ ପଞ୍ଚାୟତର ପିଇଓ, ଏଡିଈଓ ଏବଂ ବ୍ଲକ୍ କର୍ମଚାରୀ ମାନେ ସହଯୋଗ କରିଥିଲେ l କାର୍ଯ୍ୟକ୍ରମ ରେ ସଂଯୋଜନା କରିଥିଲେ ଜ୍ୟୋତି ପ୍ରକାଶ ସାହୁ l