-+91-9937148622 |
prerana_bgr@rediffmail.com |
Wednesday 11th November 2026 |
R.N.I. Regd No. ODIODI/2010/46693
Breaking News
11-Nov-2026
ଟିଟଲାଗଡ - ଆଜି ବି ମାନବିକତା ବଞ୍ଚିଛି। କଳିଯୁଗରେ ଲୋକେ ନିଜର ସ୍ୱାର୍ଥ ପାଇଁ ନିଜ ନିଜ ଭିତରେ କେତେ ରାଗ ରୁଷା, ଅଭିମାନ କରି ରକ୍ତର ସମ୍ପର୍କ ତୁଟାଇ ଦେଉଥିବା ବେଳେ ଅଚିହ୍ନା ଲୋକଙ୍କୁ ରକ୍ତ ଦେଇ ମାନବିକତାର ପରିଚୟ ସୃଷ୍ଟି କରିପାରିଛନ୍ତି ଟିଟିଲାଗଡର ଦୁଇ ଯୁବକ।
ଆଜି ସକାଳୁ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିବା ଜଣେ ରୋଗୀ ଗରୁଡ଼ ଖର୍ସେଲଙ୍କୁ ଦୁଇ ପ୍ୟାକେଟ ଓ ପୋଜିଟିଭ ରକ୍ତ ଦରକାର ଥିବା ଡାକ୍ତର କହୁଥିବା ବେଳେ ରୋଗୀ ସମ୍ପର୍କୀୟ ମାନେ ଟିଟିଲାଗଡ ଲାୟନ୍ସ କ୍ଳବର ସମ୍ପାଦକ ଇଁ ଆବାସ ଖାଁ ଙ୍କୁ ଯୋଗାଯୋଗ କରିଥିଲେ। ଆବାସ ଖାଁ ସଙ୍ଗେ ସଙ୍ଗେ ମୋସିନ ଖାଁ ଓ ଘନଶ୍ୟାମ ଆଡଯୁଆଡଙ୍କୁ ଯୋଗାଯୋଗ କରିଥିଲେ। ସେମାନେ ଉଭୟ ରକ୍ତ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ। ତେବେ ମୋସିନ୍ ଖାଁ ଏହି ରକ୍ତ ଦାନ କରି ୨୧ ଥର ରକ୍ତଦାନ କରିଥିବା ବେଳେ ଘନଶ୍ୟାମ ମଧ୍ୟ ବହୁ ଥର ରକ୍ତଦାନ କରୀ ସାରିଲେଣି। ଉଭୟ ଆଜିର ଯୁବ ପିଢ଼ି ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ରକ୍ତ ନେଇ ରୋଗୀଙ୍କ ପରିବାର ଲାୟନ୍ସ କ୍ଲବ ସମ୍ପାଦକ ତଥା କ୍ଲବ ସଦସ୍ୟଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି।
(ଟିଟିଲାଗଡରୁ ସଞ୍ଜୟ କୁମାର ନାୟକଙ୍କ ରିପୋର୍ଟ)