-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
11-Jul-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସୋନପୁର ମହାବିଦ୍ୟାଳୟର ସଂସ୍କୃତ ବିଭାଗରେ ଶିକ୍ଷାବର୍ଷ ୨୦୨୨-୨୩ ଛାତ୍ରଛାତ୍ରୀଙ୍କର ଦୀକ୍ଷାନ୍ତ ସମାରୋହ ସୋମବାର ପାଳିତ ହୋଇଯାଇଛି। ସଂସ୍କୃତ ବିଭାଗର ମୁଖ୍ୟ ଭାଗରଥି ମହାପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ତଥା ପ୍ରମେୟ ଖବରକାଗଜର ଜିଲ୍ଲା ପ୍ରତିନିଧି ବିବେକାନନ୍ଦ ମିଶ୍ର ଯୋଗ ଦେଇ ଛାତ୍ରଛାତ୍ରମାନଙ୍କୁ ଚରିତ୍ରବାନ ହେବା ପାଇଁ ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୦୨୨-୨୩ ଶିକ୍ଷା ବର୍ଷ ରେ ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ୬ଜଣ ତପନ କୁମାର ସାହୁ ଦ୍ବିତୀୟ ସ୍ଥାନ, ଅମୂଲ୍ୟରତ୍ନ ମହାକୁଡ ଚତୁର୍ଥ ସ୍ଥାନ, ବବଲି ପର୍ଡିଆ ଷଷ୍ଠ ସ୍ଥାନ, ମହେନ୍ଦ୍ରୀ ନାଗ ଅଷ୍ଟମ ସ୍ଥାନ, ସନ୍ଧ୍ୟାରାଣୀ କଲତା ନବମ ସ୍ଥାନ,
ଧରିତ୍ରୀ ମଲ୍ଲିକ ଦଶମ ସ୍ଥାନ ଅଳଙ୍କୃତ କରିଥିବାରୁ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ମିଶ୍ରଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଅଧ୍ୟାପକ ଡ. କୈଳାସ ଚାନ୍ଦ ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ଅଧ୍ୟାପକ ଭରତ ଚନ୍ଦ୍ର ଦଣ୍ଡପାଟ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ବିଭାଗର ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।