-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
11-Dec-2020
ବରଗଡ଼, (ମୁକୁନ୍ଦ ଦାସ) - ବରଗଡ଼ ଜିଲ୍ଲା ସୋହେଲାର ଜଣେ ୮୨ ବର୍ଷିୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁବରଣ ହେଲା । ତାଙ୍କ ନିଜର କେହି ନାହାନ୍ତି ବୋଲି ଜିଲ୍ଲାପ୍ରଶାସନ ଠୁ ଖବର ପାଇବା ପରେେ ନିଷ୍ଠା ଟିମ୍ ସେଠାରେ ପହଂଚି ଥିଲେ l
ସଂଗେ ସଂଗେ ଟିମ ନିଷ୍ଠା କାଠ ଯୋଗାଡ କରିବା ସହ ଶବ ସତ୍କାର କରିଥିଲେ l ତାଙ୍କର ଜଣେ ଦୂର ସଂପର୍କୀୟ ମୁଖାଗ୍ନୀ ଦେଇଥିଲେ ।ଏହି ମହତ କାର୍ଯ୍ଯରେ ନିଷ୍ଠା ପରିବାରର ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମସୁନ୍ଦର ସାହୁ, ସହସଂପାଦକ ଜୟନ୍ତ ପ୍ରଧାନ, ସଂଯୋଜକ ମାନସ ମେହେର ଏବଂ ସଦସ୍ଯ ଦୟାନିଧି ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।
ଉତ୍ତମ ସେବା ପ୍ରଦାନ କରିବା ସହ ପ୍ରତିଟି ମୁହୂର୍ତ୍ତରେ ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ପ୍ରକୃତରେ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ଅଟନ୍ତି l