-+91-9937148622 |
prerana_bgr@rediffmail.com |
Wednesday 24th June 2026 |
R.N.I. Regd No. ODIODI/2010/46693
Breaking News
10-Dec-2020
ଭୁବନେଶ୍ୱର,ତା୧୦-୧୨:ଚର୍ଚ୍ଚିତ ପରୀ ହତ୍ୟା ମାମଲକୁ ନେଇନୟାଗଡ଼ ଥାନା ଆଇଆଇସି ରୀନାରାଣୀ ସାହୁଙ୍କୁ ନିଲମ୍ବିତ କରିଛନ୍ତି ଡିଜିପି ଏଥିସହିତ ନୟାଗଡ଼ ଜିଲ୍ଲା ଏସଡିପିଓ ନିରଞ୍ଜନ ପାଢୀଙ୍କୁ ବଦଳି କରାଯାଉଛି । ତାଙ୍କୁ କନ୍ଧମାଳ ଡିଏସ୍ପି ଭାବେ ନିଯୁକ୍ତ କରାଯାଇଛି । ଏନେଇ ପୋଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି ।
କୁନିଝିଅ ପରୀ ପ୍ରସଙ୍ଗରେ ପ୍ରଶାସନ କଠୋର ମନୋଭାବ ପୋଷଣ କରିଛନ୍ତି । ଆଉ ଏହି ପରିପ୍ରେକ୍ଷୀରେ ଜିଲ୍ଲାର ଏସଡିପିଓଙ୍କୁ ବଦଳି କରି ଦିଆଯାଇଛି । ଅନ୍ୟପକ୍ଷରେ ଗତକାଲି ନୟାଗଡ ଜିଲ୍ଲାପାଳ ଓ ଏସପି ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଛନ୍ତି ।
ସୂଚନାଯୋଗ୍ୟ, ବିଜେପି ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଆଜି ପରୀ ଗାଁରେ ପହଞ୍ଚି ପରୀର ଦେହାବଶେଷ ପଡିଥିବା ସ୍ଥାନ ବୁଲି ଦେଖିଛନ୍ତି । ଏଥିସହ ସହ ଘଟଣା ସମ୍ପର୍କରେ ପରୀ ବାପାଙ୍କ ସହ ଆଲୋଚନା କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ ରାଜ୍ୟ ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି । ସେ ଗଣମାଧ୍ୟମ ଆଗରେ ସମଗ୍ର ରାଜ୍ୟବାସୀ ସୁରକ୍ଷାକୁ ନେଇ ପ୍ରଶ୍ନ କରି କହିଛନ୍ତି, ଏକ ଛୋଟ ଝିଅକୁ ଅତି ବିଭତ୍ସ ଭାବେ ହତ୍ୟା କରାଯାଇଥିବା ବେଳେ ରାଜ୍ୟ ସରକାର ହତ୍ୟାକାରୀକୁ ଖୋଜି ପାଉ ନାହାନ୍ତି । ଏଥିସହ ପରୀର ବାପାମା’ଙ୍କୁ ସୁରକ୍ଷା ଦେଇପାରୁ ନ ଥିବା ସରକାର କିପରି ସମଗ୍ର ରାଜ୍ୟବାସୀଙ୍କୁ ସୁରକ୍ଷା ଦେବେ ବୋଲି କହିଛନ୍ତି ।