-+91-9937148622 |

prerana_bgr@rediffmail.com |

  Thursday 24th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||     

HOME   ଜିଲ୍ଲା

ମୁଖ୍ୟମନ୍ତ୍ରୀ ଖୁସି ଖବର ଦେବେ:- ଭି.କେ.ପାଣ୍ଡିଆନ

27-Jun-2023



ବରଗଡ଼:-ଦୁଇ ଦିନିଆ ବରଗଡ ଜିଲ୍ଲା ଗସ୍ତରେ ଆସିଥିବା ଓଡ଼ିଶାର ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ଦ୍ୱିତୀୟ ଦିବସ ତା୨୭.୦୬.୨୦୨୩ରିଖ ମଙ୍ଗଳବାର ଦିନ ପ୍ରଥମେ ବରଗଡ ବ୍ଲକ ଅନ୍ତର୍ଗତ ଗିରିଶୁଳ,ଜିରା ନଦୀ ନିକଟସ୍ଥ ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଅଗ୍ରଗତି କାର୍ଯ୍ୟ ସମୀକ୍ଷା କରି ନିର୍ଦ୍ଧାରିତ ସମୟ ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାପାଇଁ ନିର୍ଦ୍ଦେଶ ଦେଇଥିଲେ।ସେଠାରୁ ସୋହେଲା ବ୍ଳକର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କରିବା ସହିତ ଶିଶୁ ଓ ମାତୃ ମଙ୍ଗଳ କେନ୍ଦ୍ରର ନବନିର୍ମିତ କୋଠା ର କାର୍ଯ୍ୟ ସମୀକ୍ଷା କରିଥିଲେ। ସୋହେଲାର ମାଁ ଦୁର୍ଗା ମନ୍ଦିର ପରିଦର୍ଶନ କରିବା ସହିତ ହଲଦିପାଲି ଓ ପିପିଲିପାଲି ସୀମାରେ ଥିବା ମହିମା ମଠରେ ଅବସ୍ଥାନ କରୁଥିବା ବ୍ରହ୍ମ ଅବଧୂତ ବିରେନ୍ଦ୍ର ବାବା ଙ୍କ ଆଶ୍ରିର୍ବାଦ ଭିକ୍ଷା କରିଥିଲେ।ଏଠାରେ ସୋହେଲା ବ୍ଲକର ହଲଦିପାଲି ଠାରେ ହଜାର ହଜାର ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ଶଙ୍ଖ ହୁଳହୁଳିର ତାଳେତାଳେ ବିଭିନ୍ନ ଧ୍ୱନିଦେଇ ଭବ୍ୟ ସ୍ୱାଗତ କରିଥିଲେ।ମାଆ ମାନଙ୍କ ପାଖକୁ ଯାଇ ତାଙ୍କ ସମସ୍ୟା ସମ୍ପର୍କରେ ବୁଝିବା ସହିତ ସମସ୍ତଙ୍କ ଠାରୁ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ଭଟଲି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅମ୍ବାଭୋନା ବ୍ଲକର କୁମରକେଲ ଠାରେ ନୂତନ ଭାବେ ବସତି ସ୍ଥାପନ କରିଥିବା କଲୋନୀ କୁ ପରିଦର୍ଶନ କରି ସେମାନଙ୍କ ସମସ୍ୟା ବୁଝିଥିଲେ।ଏଠାରେ ମଧ୍ୟ ହଜାର ସଂଖ୍ୟାରେ ସ୍ୱୟଂ ସହାୟକ ଗୋଷ୍ଠୀ ର ମାଆ ମାନେ ସାକ୍ଷାତ ପାଇଁ ଅପେକ୍ଷାରେ ଥିବାବେଳେ ତାଙ୍କ ଗହଣକୁ ଯାଇ ଆଲୋଚନା କରିଥିଲେ ଓ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ।ଏହା ପରେ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପାଇକମାଲ ୫-ଟି ହାଇସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ସହ ଭାବ ବିନିମୟ ବେଳେ ପ୍ରତ୍ୟେକ ଛାତ୍ରଛାତ୍ରୀ ସ୍ମାର୍ଟ ଶ୍ରେଣୀଗୃହରେ ପାଠପଢି ଜୀବନରେ କଠିନ ପରିଶ୍ରମ ବଳରେ ନିଜର ଲକ୍ଷ ହାସଲ କରନ୍ତୁ ବୋଲି ମତବ୍ୟକ୍ତ କରିଥିଲେ।ଜିଲ୍ଲାର ପ୍ରତ୍ୟେକ ମହାବିଦ୍ୟାଳୟ ଗୁଡିକ ମଧ୍ୟ ଅତିଶିଘ୍ର ୫-ଟିରେ ରୂପାନ୍ତରିତ ହେବ।ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ନୃସିଂହନାଥ ପୀଠକୁ ପରିଦର୍ଶନ କରି ନିର୍ମାଣ କାର୍ଯ୍ୟର ତଦାରଖ କରି ନୂତନ ବର୍ଷ ପୂର୍ବରୁ ଏହାର କାର୍ଯ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।ପାଇକମାଲ କସ୍ତୁରବା ଗାନ୍ଧୀ ମାତୃ ନିକେତନ ପରିଦର୍ଶନ କରି

ପାର୍ବତୀ ଗିରୀ ଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ଅନାଥାଶ୍ରମର ସମସ୍ୟା ସମ୍ପର୍କରେ ବୁଝିଥିଲେ।ଏହାପରେ ପଦ୍ମପୁର ରାଜବୋଡାସମ୍ବର ଉଚ୍ଚବିଦ୍ୟାଳୟ ପଡିଆରେ ଆୟୋଜିତ ବିଶାଳ ସମାବେଶରେ ଯୋଗଦେଇ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା,ବୁଦ୍ଧିଜିବୀ ଏବଂ ସର୍ବୋପରି ପଦ୍ମପୁର ଅଞ୍ଚଳବାସୀଙ୍କ ଦ୍ୱାରା ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା।ପଦ୍ମପୁର ର ବହୁମୁଖି ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଜନସାଧାରଣଙ୍କ ସହିତ ଆଲୋଚନା କରିବା ପରେ ଅନ୍ୱେଷା ହଷ୍ଟେଲ ପରିଦର୍ଶନ କରିଥିଲେ।ଏହି ଅବସରରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା।ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଜନସମାଗମ ହୋଇଥିବାବେଳେ,ସାଧାରଣଙ୍କ ମଧ୍ୟରେ ବେଶ ଉତ୍ସାହ ପରିଲକ୍ଷିତ ହୋଇଥିଲା।


News Comment




Photo in News

Advertisment
Lastest News
  ଜିଲ୍ଲା  
ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   23-Sep-2026
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026

You Might Also Like